ETV Bharat / state

Elephant Attack: ଚାଲିଗଲା ବୃଦ୍ଧଙ୍କ ଜୀବନ

author img

By

Published : Nov 24, 2021, 5:02 PM IST

Updated : Nov 24, 2021, 5:07 PM IST

ଦେବଗଡ କାଲକାଟ ଗ୍ରାମରେ ହାତୀ ଆକ୍ରମଣରେ 60 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Elephant Attack: ଚାଲିଗଲା ବୃଦ୍ଧଙ୍କ ଜୀବନ
Elephant Attack: ଚାଲିଗଲା ବୃଦ୍ଧଙ୍କ ଜୀବନ

ଦେବଗଡ଼: ରେଞ୍ଜ ଅଧିନ କାଲକାଟ ଗ୍ରାମରେ ହାତୀ ଆକ୍ରମଣରେ 60 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।

Elephant Attack: ଚାଲିଗଲା ବୃଦ୍ଧଙ୍କ ଜୀବନ

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ରେଞ୍ଜ ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ ଓ ତାଙ୍କ ସ୍ତ୍ରୀ ଘରେ ଥିବାବେଳେ ହାତୀ ପଲ ବାଡ ଭାଙ୍ଗି ଘରକୁ ପଶିବା ପାଇଁ ଚେଷ୍ଟା କରିଥିଲେ । ଚେରୁ ଓ ତାଙ୍କ ସ୍ତ୍ରୀ ଭୟରେ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ଚେରୁ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ସେହିଠାରେ ହିଁ ଚେରୁଙ୍କୁ ଦଳି ଦେଇଥିଲା ଦନ୍ତା । ଖବରପାଇ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଉପଦ୍ରବ ଦିନକୁ ଦିନ ଅସହ୍ୟ ହୋଇ ପଡ଼ିଥିବାବେଳେ ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Nov 24, 2021, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.