ETV Bharat / state

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

author img

By

Published : Jul 7, 2020, 9:38 AM IST

Updated : Jul 7, 2020, 11:06 AM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଅନେକ ଥର ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଜନସାଧାରଣରେ ଅଭିଯୋଗ ହୋଇଆସୁଥିଲା । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ
ଭିଜିଲାନ୍ସ ଜାଲରେ ଦେବଗଡର ପୌର ନିର୍ବାହୀ ଅଧିକାରୀ

ଦେବଗଡ: ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ସରକାରୀ ବାସଭବନ ସମେତ ବ୍ରଜରାଜନଗର କଟାପାଲି ସ୍ଥିତ ପୈତୃକ ଓ ବନ୍ଧବାହାଲ ସ୍ଥିତ ଶ୍ବଶୁର ଘରେ ଏକକାଳୀନ ଭାବେ ଚଢାଉ ଜାରି ରହିଛି ।

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ଯାଞ୍ଚ କରୁଛି । କୁଞ୍ଜବନ ପ୍ରଧାନ ଦେବଗଡ ପୌର ପରିଷଦରେ ଆଜକୁ ଦୀର୍ଘ ସାତବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ସେ ଏକାଧିକ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ବାରମ୍ବାର ଜନସାଧାରଣରେ ଅଭିଯୋଗ ହୋଇଆସୁଥିଲା ।

ରାଉରକେଲା ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସର ୧୦ ଜଣିଆ ଟିମ ସକାଳ ୫ଟାରେ ବ୍ରଜରାଜନଗର ରାଜପୁର କଟାପାଲି ସ୍ଥିତ କୁଞ୍ଜବନଙ୍କ ପୈତୃକ ଘରେ ଚଢାଉ କରିଥିଲେ। ସେହିପରି ବନ୍ଧବାହାଲ ସ୍ଥିତ କୁଞ୍ଜବନଙ୍କ ଶ୍ୱଶୁର ଘର, ଦେବଗଡ ଘର ଓ ଅଫିସରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି ଓ ଝାରସୁଗୁଡାରୁ ରବି ସାହୁ, ଇଟିଭି ଭାରତ

Last Updated : Jul 7, 2020, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.