ETV Bharat / state

କୋରୋନା ମୁକାବିଲା ପାଇଁ ଦେବଗଡ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ

author img

By

Published : May 5, 2020, 10:55 AM IST

ଅରେଞ୍ଜ ଜୋନରେ ଥିବା ଦେବଗଡରେ କୋରୋନା ମୁକାବିଲା ପାଇଁ ଲାଗୁ ହେଲା ପରିବର୍ତ୍ତିତ ନିର୍ଦ୍ଦେଶନାମା । ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶକୁ ଦେଵଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଦୁଇ ସପ୍ତାହ ପାଇଁ ଜାରି କରାଯାଇଛି ।

debagrah-district-administration-issued-new-guideline-for-covid19
କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜାରିକଲା ନୂତନ ନିର୍ଦ୍ଦେଶାନାମା

ଦେବଗଡ: କୋରୋନା ରୋଗୀ ଚିହ୍ନଟ ପରେ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶନାମା ଅନୁଯାୟୀ ଅରେଞ୍ଜ ଜୋନରେ ଆସୁଥିବା ଜିଲ୍ଲା ଗୁଡିକ ପାଇଁ ରହିଥିବା କଟକଣା ଦେବଗଡ ଜିଲ୍ଲା ପାଇଁ ବି ବଳବତ୍ତର ରହିବ । ତେବେ ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା କଣ୍ଟେନମେଣ୍ଟ ଅଞ୍ଚଳରେ କାର୍ଯ୍ୟକାରୀ ହେବନାହିଁ । ସରକାରଙ୍କ ପରିବର୍ତ୍ତିତ ନିର୍ଦ୍ଦେଶକୁ ଦେଵଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଦୁଇ ସପ୍ତାହ ପାଇଁ ଜାରି କରାଯାଇଛି ।

debagrah-district-administration-issued-new-guideline-for-covid19
କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜାରିକଲା ନୂତନ ନିର୍ଦ୍ଦେଶାନାମା

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ , 65 ବର୍ଷରୁ ଅଧିକ ବୟସର ବ୍ୟକ୍ତି , ଗର୍ଭବତୀ ମହିଳା ଓ 10 ବର୍ଷରୁ କମ ବୟସର ପିଲା ସ୍ବାସ୍ଥ୍ୟଗତ କାରଣ ବିନା ବାହାରକୁ ଯାଇପାରିବେ ନାହିଁ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କେବଳ ଅନଲାଇନ ମାଧ୍ୟମରେ ପାଠ ପଢ଼ାଯାଇ ପାରିବ । ସମସ୍ତ ହୋଟେଲ, ସିନେମା ହଲ, ସପିଙ୍ଗ ମଲ, ଜିମ, କ୍ରୀଡ଼ାନୁଷ୍ଠାନ, ପାର୍କ, ଅଡିଟୋରିୟମ, ସନ୍ତରଣଗାର ବନ୍ଦ ରହିବ । ସାମାଜିକ କାର୍ଯ୍ୟକ୍ରମ ରାଜନୈତିକ ସଭା ସମିତି ଓ ଧାର୍ମିକ ସଭାକୁ ନିଷିଦ୍ଧ କରାଯାଇଛି । ସମସ୍ତ ଚା , ଗୁଟୁକା, ଜଳଖିଆ ଦୋକାନ, ଫାଷ୍ଟଫୁଡ଼ ଦୋକାନ, ସେଲୁନ, ବ୍ୟୁଟି ପାର୍ଲର ଆଦି ବନ୍ଦ ରହିବ । ଅତି ଆବଶ୍ୟକ ନଥିଲେ କୌଣସି ବ୍ୟକ୍ତି ସନ୍ଧ୍ୟା 7 ଟା ରୁ ସକାଳ 7 ଟା ପର୍ଯ୍ୟନ୍ତ ଘରୁ ବାହାରି ପାରିବେ ନାହିଁ । ଆନ୍ତଃଜିଲ୍ଲା ଓ ଜିଲ୍ଲା ଭିତରେ ବସ ସେବା ବନ୍ଦ ରହିବ ।

debagrah-district-administration-issued-new-guideline-for-covid19
କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜାରିକଲା ନୂତନ ନିର୍ଦ୍ଦେଶାନାମା

ଏହା ସହ ସ୍ବାସ୍ଥ୍ୟସେବା ପାଇଁ ସମସ୍ତ କ୍ଲିନିକ ଓ ମେଡିକାଲ ଖୋଲା ରହିବ । ଚାରିଚାକିଆ ଯାନ ରେ ଡ୍ରାଇଭରକୁ ଛାଡି 2 ଜଣ ଯାତ୍ରା କରିପାରିବେ । ଦୋକାନ ଖୋଲିବା ସମୟରେ ସମସ୍ତ ଦୋକାନୀ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିବା ସହିତ ମାସ୍କ ବ୍ୟବହାର କରିବେ । ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ 6 ଟାରୁ 11 ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରିଦିଆ ଯାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.