ETV Bharat / state

ବ୍ରହ୍ମପୁର ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Jul 9, 2023, 8:05 AM IST

ବ୍ରହ୍ମପୁର ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଏତଲା । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ
ବ୍ରହ୍ମପୁର ଗ୍ରାମରେ ସଙ୍ଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ନିଆଳି: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଉରାଡ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଯୋଗେନ୍ଦ୍ର ପହରାଜ । ଖବର ପାଇ ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ଏବଂ ସଦର କଟକ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଗ୍ରାମର ଶଶୀ ଭୂଷଣ ପ୍ରହରାଜଙ୍କ ବଡପୁଅ ଯୋଗେନ୍ଦ୍ର ପହରାଜଙ୍କୁ ପଡୋଶୀ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଗୋବିନ୍ଦପୁର ଥାନାରେ ଏତଲା ଦିଆଯାଇଛି । ଗ୍ରାମର ସାମନ୍ତରାୟ ପରିବାରର ଏକ ମହିଳାଙ୍କୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଅଭିଯୋଗ ହୋଇଛି । ମୃତ ଯୋଗେନ୍ଦ୍ର ପହରାଜଙ୍କ ପଡୋଶୀ ସାମନ୍ତରାୟ ପରିବାରର ଏକ ବିବାହିତ ମହିଳାଙ୍କ ସହ ଥଟ୍ଟାମଜାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଯୋଗେନ୍ଦ୍ରଙ୍କ ଭାଇ ଦେବେନ୍ଦ୍ର କହିଛନ୍ତି, ‘‘ଗତକାଲି (ଶୁକ୍ରବାର) ରାତି ୧୦ଟା ପରେ ଗାଁ ଦାଣ୍ଡରେ ଯୋଗେନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯିବା ପରେ ଗୋଟିଏ ଘରେ ମୃତଦେହ ରଖାଯାଇଥିଲା । ତାଙ୍କର ମୁଣ୍ଡ, ପାଟି ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ରହିଛି । ଗାଁ ଦାଣ୍ଡରେ ରକ୍ତ ଛିଟା ପଡିଛି । ଆଜି ଦିନ ସମୟରେ ବୋଉ କବାଟ ଖୋଲି ଦେଖିବା ବେଳକୁ ଭାଇ ଘରେ ତଳେ ପଡ଼ିଥିଲେ । ସେ ସଙ୍ଗେ ସଙ୍ଗେ ପଡୋଶୀ ଲୋକଙ୍କୁ ଡାକିଥିଲେ । ସେତେବେଳକୁ ଯୋଗେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଲୁ । ଏହାପରେ ଗୋବିନ୍ଦପୁର ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଗୋବିନ୍ଦପୁର ପୋଲିସ ଏବଂ ସଦର କଟକ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।’’

ଅଧିକ ପଢ଼ନ୍ତୁ: ଗଣ୍ଡଗୋଳ ପରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ରାତି ତମାମ ମୃତଦେହ ଜଗିଲେ ଶ୍ୱଶୂର

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଏହା ଏକ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ରକ୍ତ ଛିଟା ପଡିଛି । ଏହି ଖବର ଜଣାପଡିବା ପରେ ଗ୍ରାମର ସାମନ୍ତରାୟ ପରିବାରର ଦୁଇ ପଡୋଶୀ ଫେରାର ହୋଇଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ସଙ୍ଘବଦ୍ଧ ହୋଇଥିବାରୁ ଆଜି ଘଟଣାସ୍ଥଳକୁ ସାଇଣ୍ଟିପିକ ଟିମ୍ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି । ମୃତ୍ୟୁ ଯୋଗେନ୍ଦ୍ର ଦୁଇ ବର୍ଷ ହେବ କୁକୁଡ଼ା ଫାର୍ମ କରି ଗୁଜୁରାଣ ମେଣ୍ଟାଉଥିଲ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.