ETV Bharat / state

ନିଆଳି ବ୍ଲକ ସମ୍ମୁଖରେ ଏସଏଚଜି ମହିଳାଙ୍କ ଧାରଣା, ଆଲୋଚନା ପରେ ହଟିଲେ ଆନ୍ଦୋଳନକାରୀ

author img

By ETV Bharat Odisha Team

Published : Nov 16, 2023, 4:54 PM IST

ଏସଏଚ୍‌ଜି ମହିଳାଙ୍କ ପ୍ରତିବାଦ । ନିଆଳି ବ୍ଲକ କର୍ଯ୍ୟାଳୟ ଘେରିଲେ ଶତାଧିକ ଏସଏଚ୍‌ଜି ମହିଳା । ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି । ଅଧିକ ପଢନ୍ତୁ

ନିଆଳି ବ୍ଲକ ସମ୍ମୁଖରେ ଏସ.ଏଚ.ଜି ମହିଳାଙ୍କ ଧାରଣା

ନିଆଳି: ନିଆଳି ବ୍ଲକ ଘେରିଲେ ଶତାଧିକ ଏସଏଚ୍‌ଜି ମହିଳା । ଏସଏଚ୍‌ଜି ଗ୍ରୁପମାନଙ୍କୁ ନେଇ ଗଠିତ ହୋଇଥିବା ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି । ତେଣୁ ଗତକାଲି (ବୁଧବାର) ଦିନ ନିଆଳି ବ୍ଲକ ସମ୍ମୁଖରେ ୧୦ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ଏସଏଚ୍‌ଜି ମହିଳାମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ପୂର୍ବରୁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନଥିବା ଅଭିଯୋଗ କରିଛନ୍ତି । ପରେ ସ୍ଥାନୀୟ ପ୍ରଶାସନ ଏସଏଚ୍‌ଜି ମହିଳା ସହ ଆଲୋଚନା କରିଥିଲେ । ଫଳରେ ମହିଳାମାନେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଳକର ପୂର୍ବଖଣ୍ତ ଗ୍ରାମର କୁଆଁରୀସାହି ୧୫ ନମ୍ବର ଓ୍ୱାର୍ଡରେ ୧୧ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ତେବେ ଏହି ୧୧ଟି ମହିଳା ଏସ.ଏଚ.ଜି ଗ୍ରୁପକୁ ନେଇ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି ହେବା କଥା ବୋଲି କହିଛନ୍ତି ଏସଏଚ୍‌ଜି ମହିଳା ଗ୍ରୁପର ସଦସ୍ୟ । କିନ୍ତୁ ୧୧ଟିଏସଏଚ୍‌ଜି ମହିଳା ଗ୍ରୁପ ମଧ୍ୟରୁ ୧୦ ଟି ଗ୍ରୁପକୁ ନଜଣାଇ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ୧୦ ଟି ଏସ.ଏଚ.ଜି ମହିଳା ଗୋଷ୍ଠୀ ।‌ ଏହି ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ କରିବା ପାଇଁ ଦୀର୍ଘ ଦିନରୁ ଏନେଇ ନିଆଳି ବ୍ଳକ ବିଡ଼ିଓ ଓ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି, ବିଶାଳ ଶୋଭାଯାତ୍ରାରେ ଚାଷୀଙ୍କ ବିକ୍ଷୋଭ

ତେଣୁ ଗତକାଲି (ବୁଧବାର) ଦିନ କୁଆଁରୀସାହିର ୧୦ ଟି ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ନିଆଳି ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି କରିଥିଲେ । ପରେ ଧାରଣା ସ୍ଥଳକୁ ନିଆଳି ବ୍ଳକର ଅତିରିକ୍ତ ବିଡ଼ିଓ ପଲ୍ଲବୀ ରାଉତ,ସଦର ଏସଡିପିଓ ସୁଭ୍ରାଂଶୁ ଶେଖର ପରିଡା ପ୍ରମୁଖ ପହଞ୍ଚି ଆଲୋଚନା କରିବା ସହିତ ଆସନ୍ତା ୨ ସପ୍ତାହ ମଧ୍ୟରେ ମଧ୍ୟରେ ଘଟଣାର ତଦନ୍ତ କରାଯିବା ସହିତ ଉଚି୍ତ‌ ପଦକ୍ଷେପ ଗ୍ରହଣ କରିଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ମହିଳାମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...୧୪ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ

ଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.