ETV Bharat / state

କେନାଲରେ ଭାସୁଛି ଅଜଣା ଯୁବତୀଙ୍କ ମୃତଦେହ

author img

By

Published : Oct 26, 2022, 11:04 PM IST

କେନାଲରେ ଭାସୁଛି ଅଜଣା ଯୁବତୀଙ୍କ ମୃତଦେହ। ମୃତକଙ୍କର ପରିଚୟ ମିଳି ପାରିନାହିଁ । ବ୍ୟବଚ୍ଛେଦ ପାଇଁ ଏସିବି ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ। ଅଧିକ ପଢ଼ନ୍ତୁ

କେନାଲରେ ଭାସୁଛି ଅଜଣା ଯୁବତୀଙ୍କ ମୃତଦେହ
କେନାଲରେ ଭାସୁଛି ଅଜଣା ଯୁବତୀଙ୍କ ମୃତଦେହ

କଟକ : କେନାଲରେ ଭାସୁଛି ଅଜଣା ଯୁବତୀଙ୍କ ମୃତଦେହ। କଟକ ଜଗତପୁର ଖଇରା ପୋଲ ନିକଟ ମଲ୍ଲିକ ସାହି ଠାରେ କେନ୍ଦ୍ରାପଡା କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। କିନ୍ତୁ ମୃତକଙ୍କର ପରିଚୟ ମିଳିପାରିନାହିଁ ।

ଅନ୍ୟପକ୍ଷରେ ପୋଲସି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସିବି ମେଡିକାଲକୁ ସ୍ଥାନାନ୍ତର କରିଛି । ତେବେ ଏହା ଯୋଜନାବଦ୍ଧ ହତ୍ୟା କି ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ପ୍ରକାଶ। ସେପଟେ ଏହି ଯୁବତୀ ଜଣକ କିଏ ସେ କିପରି ଏହି କେନାଲ ଭିତରେ ପଡ଼ିଲେ ତାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.