ETV Bharat / state

ଉତ୍କଳ ଗୌରବଙ୍କ ସମାଧିସ୍ଥଳ ପାଇବ ନୂଆ ରୂପରେଖ

author img

By

Published : Feb 4, 2021, 12:35 PM IST

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳକୁ ନୂଆ ରୂପରେଖ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

Utkal gourav Madhusudan Das's burial ground will get a new look, says Cuttack districk administration
ଉତ୍କଳ ଗୌରବଙ୍କ ସମାଧିସ୍ଥଳ ପାଇବ ନୂଆ ରୂପରେଖ

କଟକ: ଖୁବଶୀଘ୍ର ମଧୁବାରିଷ୍ଟର ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳର ନବୀକରଣ ହେବାକୁ ଯାଉଛି । ଯାହାଦ୍ବାରା ଏହି ସ୍ଥଳଟି ନୂଆ ଲୁକ୍‌ ପାଇବ । ତେବେ ଆଜି(ଗୁରୁବାର) ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଗୋରା କବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଏହି ସ୍ଥଳର ନବୀକରଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

ଉତ୍କଳ ଗୌରବଙ୍କ ସମାଧିସ୍ଥଳ ପାଇବ ନୂଆ ରୂପରେଖ

ଓଡ଼ିଆ ଜାତିର ଗଠନରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ ହୋଇଥିବା ବେଳେ ତାଙ୍କ ସମ୍ପର୍କିତ ଜଡ଼ିତ ସ୍ଥାନକୁ ଅବହେଳା କରାଯାଉଛି । ମଧୁବାବୁଙ୍କ ସମାଧି ସ୍ଥଳରେ ଲାଇଟ ବ୍ୟବସ୍ଥା ନଥିବା ବେଳେ ଅଳିଆ ଆବର୍ଜନା ସଫା ହେଉନାହିଁ । ତେବେ ଜିଲ୍ଲାପାଳ ସିଏମସିଙ୍କୁ ତାଗିଦ କରିବା ପରେ ଏହି ସ୍ଥାନରେ ସାମାନ୍ୟ ପରିବର୍ତ୍ତନ ଆସିଛି ।

କିନ୍ତୁ ଏହି ପବିତ୍ର ସ୍ଥାନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି । ଏହି ସ୍ଥାନକୁ ନବୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାଦ୍ବାରା ଏହି ସ୍ଥାନ ଏକ ନୂଆ ରୂପରେଖ ପାଇବ ବୋଲି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିବା ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.