ETV Bharat / state

ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ

author img

By

Published : Sep 25, 2022, 11:45 AM IST

ନକଲି ଔଷଧ କାରବାର ମାମଲାରେ ଚିହ୍ନଟ ହୋଇଥିବା ୨ ବିହାରୀ ଯୁବକଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ । ଶନିବାର ଚିହ୍ନଟ ହୋଇଥିଲେ ଏହି ଦୁଇ ବ୍ୟବସାୟୀ । ଅଧିକ ପଢନ୍ତୁ

କଟକରେ ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ
କଟକରେ ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ

କଟକ: ନକଲି ଔଷଧ କାରବାର ମାମଲା । ଚିହ୍ନଟ ହୋଇଥିବା ଦୁଇ ବିହାରୀ ବ୍ୟବସାୟୀଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ । ୨ ଅଭିଯୁକ୍ତଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି କଟକର ପୁରୀଘାଟ ଥାନାରେ ଜେରା କରୁଛି ପୋଲିସ । ଶନିବାର ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ନେଇ ସୂଚନା ଦେଇଥିଲେ କଟକ ଡିସିପି ପିନାକ ମିଶ୍ର । ନକଲି ମେଡିସିନ୍ ବାବଦରେ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଅଣାଯାଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: କଟକରେ ନକଲି ଔଷଧ କାରବାର ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି (fake medicine link in Cuttack ) ।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (Fake medicine seized in Cuttack) । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଗତ 21 ତାରିଖ ଦିନ ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.