ETV Bharat / state

ପାର୍ବଣ ସମୟରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ପରିବହନ ବିଭାଗ

author img

By

Published : Sep 2, 2022, 10:52 PM IST

16 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆରମ୍ଭ କରଯାଇଥିଲା ସ୍ୱତନ୍ତ୍ର ଡ୍ରାଇଭ । ଏନେଇ ବିଭାଗୀୟ ଟ୍ରାଫିକ ଏନଫୋର୍ସମେଣ୍ଟ ଟିମ ଦ୍ୱାରା 63,98,116 ଟଙ୍କା ମଧ୍ୟ ଫାଇନ ଆଦାୟ କରାଯାଇଛି । ଅଧିକ ପଢନ୍ତୁ

ପାର୍ବଣ ସମୟରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ପରିବହନ ବିଭାଗ
ପାର୍ବଣ ସମୟରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ପରିବହନ ବିଭାଗ

କଟକ: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆରମ୍ଭ କରଯାଇଥିଲା ସ୍ୱତନ୍ତ୍ର ଡ୍ରାଇଭ । ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟ ପାଇଁ ଏହି ଡ୍ରାଇଭ ଆରମ୍ଭ କରିଥିଲା ପରିବହନ ବିଭାଗ । ଦୁର୍ଘଟଣା ଜନିତ ମୃତ୍ୟ ହାର କମାଇବା ଏହି ଡ୍ରାଇଭର ମୂଳ ଲକ୍ଷ୍ୟ । ପରିବହନ ବିଭାଗ ଅନେକ ଅମାନିଆକୁ ସାବାଡ କରିବା ସହିତ ସେମାନଙ୍କଠୁ ଇ-ଚାଲାଣ କାଟିଛି ।

ପାର୍ବଣ ସମୟରେ କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ପରିବହନ ବିଭାଗ

ଗତ ମାସ 16 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା । ଯେଉଁଥିରେ 24474 ଇ ଚାଲାଣ , 12545 ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ , ଓ 888 ଟି ଗାଡି ଜବତ କରିଛି ପରିବହନ ବିଭାଗ । ଏହାସହ ବିଭାଗୀୟ ଟ୍ରାଫିକ ଏନଫୋର୍ସମେଣ୍ଟ ଟିମ ଦ୍ୱାରା 63,98,116 ଟଙ୍କା ମଧ୍ୟ ଫାଇନ ଆଦାୟ କରାଯାଇଛି । ଆଗମୀ ଦିନ ମାନଙ୍କରେ ପୂଜା ପାର୍ବଣ ରହିଥିବାରୁ ଟ୍ରାଫିକ ଚେକିଂ କଡାକଡି ରହିବ । ଟ୍ରାଫିକ ଉଲଂଘନ ଓ ନିୟମ ଅମାନ୍ୟ ଦିଗ ଜିରୋ ଟଲରାନସ ରହିବ ବୋଲି କହିଛନ୍ତି ଅତରିକ୍ତ ପରିବହନ କମିଶନର ଏନଫୋର୍ସମେଣ୍ଟ ।


ଏନେଇ ଅତରିକ୍ତ ପରିବହନ କମିଶନର ଏନ୍ଫୋର୍ସମେଣ୍ଟ ଲାଲମୋହନ ସେଠୀ କହିଛନ୍ତି "ଚଳିତ ବର୍ଷ ଅଗଷ୍ଟ ୧୬ରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ପରିବହନ ବିଭାଗ ତରଫରୁ ଦୁଇ ଚକିଆ ଯାନ ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା । ସେଥି ମଧ୍ୟରୁ 24474 ଇ ଚାଲାଣ କରାଯାଇଛି । 12545 ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ସେହିପରି ଏପର୍ଯ୍ୟନ୍ତ 63,98,116 ଟଙ୍କା ମଧ୍ୟ ଫାଇନ ଆଦାୟ କରିଛି ପରିବହନ ବିଭାଗ । ତଥ୍ୟ ଅନୁଯାୟୀ ଆମେ ୧୫ ଲକ୍ଷ ଟଙ୍କା ପାଖପାଖି ଫାଇନ ଆଦାୟ କରିବୁ । ପ୍ରାୟ 888 ଟି ଗାଡି ଜବତ କରି ବିଭିନ୍ନ ପୋଲିସ ଷ୍ଟେସନରେ ରଖିଥିଲା ପରିବହନ ବିଭାଗ । ସେହିପରି କିଛି ଗାଡିି RTO ରେ ମଧ୍ୟ ଜବତ ହୋଇ ରହିଥିଲା । ସେଥିରୁ କିଛି ଗାଡି ଛାଡି ଦିଆଯାଇଛି । ସେହିପରି ପରିବହନ ବିଭାଗ ତରଫରୁ ଆଗକୁ ଅନେକ ଡ୍ରାଇଭ ହେବାକୁ ଯାଉଛି । ଯେଉଁମାନେ ହେଲମେଟ ପିନ୍ଧୁ ନାହାନ୍ତି । ସିଟ ବେଲ୍ଟ ଲଗାଉ ନାହାଁନ୍ତି । ଅଧିକ ବେଗରେ ଗାଡି ଚଲାଉ ଛନ୍ତି । ମଦ୍ୟ ପାନ କରି ଗାଡି ଚଲାଉଛନ୍ତି ।"

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି " ପରିବହନ ବିଭାଗର ନିୟମ ନ ମାନି ସ୍କୁଲ ପିଲାଙ୍କୁ ବିପଦଜ୍ଜନକ ଭାବରେ ନବା ଆଣିବା କରାଯାଉଛି । ତେବେ ଏନେଇ ପରିବହନ ବିଭାଗ ତରଫରୁ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ଡ୍ରାଇଭ ଜାରି ରହିବ । ତେଣୁ ଓଡିଶା ବାସୀଙ୍କଠୁ ଆଶା କରାଯାଉଛି ଯେଉଁ ମାନେ ଗାଡି ଚଲାଉଛନ୍ତି ପରିବହନ ବିଭାଗର ନିୟମ ମାନି ଚଳନ୍ତୁ । ଗାଡି କମ ସ୍ପିଡରେ ଚଳାନ୍ତୁ । ହେଲମେଟ ପିନ୍ଧନ୍ତୁ । ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ । ଅନ୍ୟାନ୍ୟ ଟ୍ରାଫିକ ନିୟମ ମାନି ଗାଡି ଚଳାନ୍ତୁ । ସମସ୍ତେ ସୁରକ୍ଷିତ ରୁହନ୍ତୁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.