ETV Bharat / state

ଚାଷୀ ଓ ଶ୍ରମିକଙ୍କୁ ନେଇ ରାଜନୀତି କରୁଛି କେନ୍ଦ୍ର: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

author img

By

Published : Nov 3, 2020, 7:46 PM IST

କୃଷକଙ୍କୁ ମାରିବା ପ୍ରୟୋଜନ କରୁଛନ୍ତି କେନ୍ଦ୍ରରେ ଥିବା ବିଜେପି ସରକାର। ଏପରି ଅଭିଯୋଗ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ।

ଚାଷୀ ଓ ଶ୍ରମିକଙ୍କୁ ନେଇ ରାଜନୀତି କରୁଛି କେନ୍ଦ୍ର ; ରାଷ୍ଟ୍ରୀୟ ମଜଦୁର କଂଗ୍ରେସ
ଚାଷୀ ଓ ଶ୍ରମିକଙ୍କୁ ନେଇ ରାଜନୀତି କରୁଛି କେନ୍ଦ୍ର ; ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

କଟକ: ନିଜର ଲାଭ ପାଇଁ ଚାଷୀ ବିଲ ପାସ କରି କେବଳ କୃଷକଙ୍କୁ ମାରିବା ପ୍ରୟୋଜନ କରୁଛନ୍ତି କେନ୍ଦ୍ରରେ ଥିବା ବିଜେପି ସରକାର। ଏପରି ଅଭିଯୋଗ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ସରକାର କେବଳ ଶ୍ରମିକ ଓ ଚାଷୀଙ୍କୁ ନେଇ ରାଜନୀତି କରୁଥିବା ଦଳ ଅଭିଯୋଗ କରିଛି ।

ଚାଷୀ ଓ ଶ୍ରମିକଙ୍କୁ ନେଇ ରାଜନୀତି କରୁଛି କେନ୍ଦ୍ର ; ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

କାରଣ ଦେଶର ପ୍ରକୃତ ଆଧାର ହେଉଛି ଶ୍ରମିକ ଓ ଚାଷୀ । ଯାହା ଆଜିର ଦିନରେ ଚାଷୀ ଓ ଶ୍ରମିକ ଅଭାବ ଓ ଅନାଟନରେ ଗତି କରୁଛି । ସରକାରଙ୍କର ଏହି ବିଲ କେବଳ ଏକ ରାଜନୀତି ବୋଲି କହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ଆଇଏନଟିୟୁସି । ଏହାସହ ବିଦ୍ୟୁତ ବିଲ ବୃଦ୍ଧି , ଏହି କରୋନା ସମୟରେ ଦର ଆକାଶ ଛୁଆଁ ହୋଇଥିଲାବେଳେ ବିଦ୍ୟୁତ ଦର ବୃଦ୍ଧି ପାଉଛି । ଯାହା ଲୋକମାନଙ୍କ ଅବସ୍ଥାକୁ ଆହୁରି ଦୋହଲାଇ ଦେଇଛି। ତେବେ ଏହି ପରିପ୍ରେକ୍ଷୀରେ 3 ଦିନ ବ୍ୟାପି ଆନ୍ଦୋଳନର ଡାକରା ଦେଇଛି ଆଇଏନଟିୟୁସି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.