ETV Bharat / state

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା

author img

By

Published : Aug 13, 2022, 7:48 AM IST

କଟକରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ରାଙ୍କିଙ୍ଗ ଟେବୁଲ ଟେନିସ ପ୍ରତିଯୋଗିତା । ଜବାହାର ଲାଲ ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Table Tennis tournament start in cuttack
ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗୀତା

କଟକ: ଆରମ୍ଭ ହେଲା ରାଜ୍ୟସ୍ତରୀୟ ରାଙ୍କିଙ୍ଗ ଟେବୁଲ ଟେନିସ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଜବାହାର ଲାଲ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି । ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ ପ୍ରତିଯୋଗିତା ସହ ଆନ୍ତସ୍କୁଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏହା ଆଜିଠୁ ଆରମ୍ଭ ହୋଇ 16 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ପ୍ରତିଯୋଗିତାରେ 250ରୁ ଊର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିଛନ୍ତି ।

ଉଦଘାଟନୀ କାର୍ଯ୍ୟକ୍ରମରେ ସିଏମସି କମିଶନର ଓ ଓଡିଶା ଟେବୁଲ ଟେନିସ ସଂଘର ସଭାପତି ତଥା ଓଡିଶା ସରକାରଙ୍କ ଗ୍ରାମାଞ୍ଚଳ ଉନ୍ନୟନ ଏବଂ ସରକାରଙ୍କ ସୂଚନା ବିଭାଗର ସଚିବ ସଞ୍ଜୟ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ନିକଟରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠି କ୍ରୀଡାରେ ଭାରତର ସଫଳତା ପ୍ରତ୍ୟେକ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇବ । ଏଥିସହ ପ୍ରତ୍ୟେକ ଖେଳାଳି କଠିନ ପରିଶ୍ରମ କରି ନିଜକୁ ଜାତୀୟ ଆନ୍ତର୍ଜାତୀୟ ସ୍ତରର ଖେଳାଳି ପାଇଁ ପ୍ରଚେଷ୍ଟା ଜାରି ରଖନ୍ତୁ ବୋଲି ସୂଚନା ବିଭାଗର ସଚିବ ସଞ୍ଜୟ ସିଂ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.