ETV Bharat / state

ଅଲିଭ ରିଡ଼ଲେଙ୍କ ସୁରକ୍ଷା ମାମଲା: ଟ୍ରାନ୍ସପୋଣ୍ଡର ଲଗାଇବା ଉପରେ ତଥ୍ୟ ଲୋଡିଲେ କୋର୍ଟ

author img

By ETV Bharat Odisha Team

Published : Jan 17, 2024, 9:53 PM IST

Safety Issues Of Olive Ridley: କଇଁଛ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଥିବା ବୋଟରେ ଟ୍ରାନ୍ସପୋଣ୍ଡର ଲଗାଇବା ଉପରେ ଆଜି ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ଏହାସହ ମେରାଇନ ଥାନାରେ ଖାଲି ପଡିଥିବା ପୋଲିସ କର୍ମଚାରୀଙ୍କ ପଦବୀ ପୂରଣ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଲୋଡିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

Safety Issues Of Olive Ridley
ଅଲିଭ ରିଡ଼ଲେଙ୍କ ସୁରକ୍ଷା ମାମଲା

କଟକ: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ମାମଲା। କଇଁଛ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଥିବା ବୋଟରେ ଟ୍ରାନ୍ସପୋଣ୍ଡର ଲଗାଇବା ଉପରେ ଆଜି ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ସେହିପରି ମେରାଇନ ଥାନାରେ ଖାଲି ପଡିଥିବା ପୋଲିସ କର୍ମଚାରୀଙ୍କ ପଦବୀ ପୂରଣ ପ୍ରସଙ୍ଗରେ ମଧ୍ୟ କୋର୍ଟ ତଥ୍ୟ ଲୋଡିଛନ୍ତି। ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଚିଲିକା ମଙ୍ଗଳାଯୋଡ଼ି ମୁହାଣକୁ ପକ୍ଷୀ ଅଭୟାରଣ୍ୟ ଘୋଷଣା କରିବା ପ୍ରସଙ୍ଗରେ ଆବେଦନକାରୀଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ମୋଟରଚାଳିତ ବୋଟର ବିକଳ୍ପ ଏବଂ ନିଃଶବ୍ଦ ଅଞ୍ଚଳ ଘୋଷଣା କରିବା ପାଇଁ ଆଇନଗତ ବ୍ୟବସ୍ଥା ବାବଦରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଓଡ଼ିଶା ଓ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର ପ୍ରାୟ ୧ ଲକ୍ଷ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍‌ଗୁଡିକରେ ଟ୍ରାନ୍ସପୋଣ୍ଡର୍ ବସାଯିବ। ଶତପ୍ରତିଶତ ସରକାରୀ ପାଣ୍ଠିରେ ଟ୍ରାନ୍ସପେୋଣ୍ଡର ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବହନ କରିବେ। କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରୀ ମନ୍ତ୍ରଣାଳୟ ପକ୍ଷରୁ ଅଲିଭ ରିଡଲେ କଇଁଛ ସୁରକ୍ଷା ମାମଲାରେ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ପୂର୍ବରୁ ଉଲ୍ଲେଖ କରାଯାଇଛି।

ଏହା ବି ପଢନ୍ତୁ....ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ୧୨ଲକ୍ଷ କଇଁଛଙ୍କ ଅଣ୍ଡାଦାନ ସ୍ଥଳରେ ହେବ ୬୬ କ୍ୟାମ୍ପ

ଏହି ପ୍ରକଳ୍ପ ଅଧିନରେ ମାଛ ମାରୁଥିବା ବୋଟ ଗୁଡିକରେ ଟ୍ରାନ୍ସପୋଣ୍ଡର ବସା ଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଏସପି ବିଭିନ୍ନ ମେରାଇନ ଥାନାରେ ଖାଲି ପଡିଥିବା ପଦବି ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସବୁ ସତ୍ୟପାଠ ଅନୁଧ୍ୟାନ କରି ପକ୍ଷ ରଖିବାକୁ ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲଙ୍କୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍‌ଗୁଡିକରେ ଟ୍ରାନ୍ସପୋଣ୍ଡର୍ ବସାଯିବା ପ୍ରସଙ୍ଗରେ କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରି ମନ୍ତ୍ରଣାଳୟକୁ ଜବାବ ଦାଖଲ ପାଇଁ ମାର୍ଚ୍ଚ ୧ ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ୨୦୨୧ ରେ ହାଇକୋର୍ଟ ନିଜ ଆଡୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.