ETV Bharat / state

ଦୁର୍ଘଟଣାରେ ଅକାଳାରେ ଚାଲିଗଲା ଯୁବତୀଙ୍କ ଜୀବନ, ରାସ୍ତା ନିର୍ମାଣ ଦାବିରେ ଜନଆକ୍ରୋଶ ଯାତ୍ରା

author img

By

Published : Dec 13, 2022, 10:27 AM IST

ଶୁଭଲଷ୍ମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜନଆକ୍ରୋଶ ଯାତ୍ରା। କଟକ ଜିଲ୍ଲା ନିଆଳି ବ୍ଲକ ଖଲର୍ଦ୍ଦା ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ଜନଆକ୍ରୋଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଶୁଭଲଷ୍ମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜନଆକ୍ରୋଶ ଯାତ୍ରା
ଶୁଭଲଷ୍ମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜନଆକ୍ରୋଶ ଯାତ୍ରା

ଦୁର୍ଘଟଣାରେ ଅକାଳାରେ ଚାଲିଗଲା ଯୁବତୀଙ୍କ ଜୀବନ, ରାସ୍ତା ନିର୍ମାଣ ଦାବିରେ ଜନଆକ୍ରୋଶ ଯାତ୍ରା

ନିଆଳି : କଟକ ଜିଲ୍ଲା ନିଆଳି ବ୍ଲକ ଖଲର୍ଦ୍ଦାଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ଏକ ଜନଆକ୍ରୋଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଯୁବକଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବେ ଏହି ରାସ୍ତାରେ ଜଣେ ଯୁବତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଅଞ୍ଚଳକୁ ଭଲ ରାସ୍ତା ନଥିବାରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ କରି ରାସ୍ତା ନିର୍ମାଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଏହାକୁ ନେଇ ସୋମବାର ଏକତ୍ରିତ ହୋଇ ସ୍ବର୍ଗତଃ ଶୁଭଲକ୍ଷ୍ମୀ ପଢ଼ିଆରୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ୧୦୦ରୁ ଊର୍ଦ୍ଧ୍ବ ସଂଖ୍ୟାରେ ବାଇକ ଯୋଗେ ବିପର୍ଯ୍ୟସ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଜନ ସଚେତନତା ସୃଷ୍ଟିର ବାର୍ତ୍ତା ଦେଇ ଜନଜାଗରଣ ସୃଷ୍ଟି କରିଥିଲେ । ସୂଚନାନୁସାରେ ଗତ ୨ ତାରିଖରେ ବାରଙ୍ଗ ବ୍ଲକ ବାଲିପଡ଼ା ଗାଁର ଶୁଭଲକ୍ଷ୍ମୀ ପଢ଼ିଆରୀ ନିଆଳି ଗାଁର ଗୋବିନ୍ଦପୁରକୁ ଯାଉଥିବା ବେଳେ ହଠାତ ଏକ ବାଲି ବୋଝେଇ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ହେଲେ ଚଳିତ ମାସ ୫ ତାରିଖ ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିଲା । ତେବେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ଯାହାକୁ ନେଇ ଅଞ୍ଚଳରେ ଅସନ୍ତାେଷ ପ୍ରକାଶ ପାଇବା ସହ ଜନଆକ୍ରୋଶ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏବେ ଏହି ଜନଆକ୍ରୋଶ ଯାତ୍ରା ମାଧ୍ୟମରେ ପ୍ରଶାସନ ଓ ବିଧାୟକ କଡ଼ା ଚେତାବନୀ ଦେଇଛନ୍ତି ।

ଆଗାମୀ ୧୫ ଦିନ ମଧ୍ୟରେ ଅଞ୍ଚଳର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ପାଇଁ କାମ ଆରମ୍ଭ କରାଯାଉ । ଆଉ ଯଦି ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବ ତେବେ ବିରାଟ ଜନଆନ୍ଦୋଳନ ହେବ । ଏହି ଜନଆକ୍ରୋଶ ଯାତ୍ରାରେ ଉଷୁମା, ଖଲର୍ଦ୍ଦା, କୋରକରା, ଗୋବିନ୍ଦପୁର, ନୂଆ ଗାଁ, ଝରାପଡା ପଞ୍ଚାୟତର ୨୦୦ରୁ ଊର୍ଦ୍ଧ୍ୱ ଯୁବକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଅଞ୍ଚଳର ଯୁବ ସଙ୍ଗଠକ ଲଲାଟେନ୍ଦୁ ପାତ୍ର ଓ ମନୋଜ ଦାସ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଞ୍ଚାଳନ କରିବା ସହିତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅଞ୍ଚଳବାସୀ ଓ ମିଡିଆ ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁ୍ମ୍ନ ଶତପଥୀ କହିଛନ୍ତି ''୨୩ ବର୍ଷ ସାମ୍ବାଦିକ ଜୀବନ ଭିତରେ ସମଗ୍ର ଭାରତ ବର୍ଷରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଜନ ଆକ୍ରୋଶ ହିଁ ଶ୍ରେଷ୍ଠ ପ୍ରତିବାଦର ବିଶେଷ । ଖଲର୍ଦ୍ଦା ଏକ ଗ୍ରାମାଞ୍ଚଳରେ ଗମନାଗମନ ପଥରେ ଯିବା ଆସିବା କରିବା ପାଇଁ ସୁବିଧା ନଥିଲା। ଏହି ବାଟ ଦେଇ ଏକ ଟ୍ରକ ଯାଉଥିବା ବେଳେ ବାରଙ୍ଗ ବ୍ଲକ ବାଲିପଡ଼ା ଗାଁର ଶୁଭଲକ୍ଷ୍ମୀ ପ୍ରତିହାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଅକାଳରେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା ।

ସେଥିପାଇଁ ଆଜି ଯେଉଁ ଜନଆକ୍ରୋଶ ସୃଷ୍ଟି ହୋଇଛି ସମଗ୍ର ଅଞ୍ଚଳରେ ତାହା ଓଡ଼ିଶା ସରକାର ପାଇଁ ଏକ ଚେତାବନୀ । ତେଣୁ ସ୍ବର୍ଗତଃ ଶୁଭଲକ୍ଷ୍ମୀଙ୍କୁ ନ୍ୟାୟ ଦିଆଯାଉ । ୧୫ ଦିନ ମଧ୍ୟରେ ଏ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ ହେଉ । ଅନ୍ୟରପକ୍ଷରେ ଏଭଳି ରାସ୍ତା ତିଆରି ପାଇଁ ଯେଉଁ ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ଦାୟୀ ସେମାନଙ୍କୁ ଦଣ୍ଡିତ କରାଯାଉ'' ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.