ETV Bharat / state

ନେତାଜୀଙ୍କ ଜନ୍ମପୀଠର ସୌନ୍ଦର୍ଯ୍ୟକରଣ, ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ

author img

By

Published : Jun 2, 2023, 11:57 AM IST

ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠର ବିକାଶ ପାଇଁ ଏହା ପାଖରେ ଥିବା ପୋଖରୀର ପୁନରୁଦ୍ଧାର ଆରମ୍ଭ କଲା ସିଏମସି । ୩ କୋଟିରୁ ଅଧିକ ବ୍ୟୟରେ ପୋଖରୀରେ ସୌନ୍ଦର୍ଯ୍ୟକରଣ କରାଯିବ । ଅଧିକ ପଢନ୍ତୁ

କଟକରେ ପୋଖରୀ ପୁନରୁଦ୍ଧାର
କଟକରେ ପୋଖରୀ ପୁନରୁଦ୍ଧାର

ନେତାଜୀଙ୍କ ଜନ୍ମପୀଠର ସୌନ୍ଦର୍ଯ୍ୟକରଣ

କଟକ: ସିଲଭର ସିଟି କଟକ ସହରରେ ଅନେକ ପୋଖରୀ ପୋତି ହେବାକୁ ବସିଲାଣି । କେତେକ ପୋଖରୀର ଜଳ ବ୍ୟବହାର ଉପଯୋଗୀ ନଥିବାରୁ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନି । ତେଣୁ ବର୍ତ୍ତମାନ ଏହି ପୋଖରୀଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ସହରର ଦୁଇଟି ପୁରାତନ ପୋଖରୀର ସଫେଇ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିବା ବେଳେ ଏବେ ଗଙ୍ଗା ମନ୍ଦିର ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି କଟକ ମେୟର ସୁବାସ ସିଂ ଓ କମିଶନର ନିଖିଲ ପୱନ କଲ୍ୟାଣ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଓ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ ଉପସ୍ଥିତ ଥିଲେ । ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୩ କୋଟିରୁ ସାଢେ ୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଉକ୍ତ ପୋଖରୀ ରହିଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କରାଗଲେ ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯାଇପାରିବ । ପୋଖରୀର ଚାରିପଟେ ଆଲୋକୀକରଣ କରାଯିବ ଓ ବସିବ ବ୍ୟବସ୍ଥା ରହିବ । ରାଜ୍ୟ ସରକାରଙ୍କ 'ଆମ ପୋଖରୀ' ଯୋଜନାରେ ଏବେସୁଦ୍ଧା ଗଙ୍ଗା ମନ୍ଦିର ପୋଖରୀ ସମେତ ତିନୋଟି ପୋଖରୀକୁ ନିଆଯାଇଛି । ସାଢେ ସାତ ଏକର ପରିସୀମା ରହିଥିବା ଏହି ପୋଖରୀର ପୁନରୁଦ୍ଧାର କରିବା ପାଇଁ ମେସିନ ସହିତ ମାନବ ସମ୍ବଳର ବ୍ୟବହାର କରାଯିବ । ଅତ୍ୟାଧୁନିକ କାର୍ଯ୍ୟ ପାଇଁ ଜିରୋ ସିମେଣ୍ଟ ୱାର୍କ ରହିବ ।

ତେବେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଓ ପରିଚାଳନା ଦାୟିତ୍ଵ ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଦିଆଯାଇଥିବା ମେୟର ସୁବାସ ସିଂ କହିଛନ୍ତି । କଟକର ରୂପରେଖ ବଦଳୁଥିବାରୁ ବର୍ତ୍ତମାନ ସହରର ଐତିହ୍ୟ ନେତାଜୀ ଜନ୍ମସ୍ଥାନ ପରିସରକୁ ଆହୁରି ବିକାଶ କରିବା ପାଇଁ ସିଏମସି ଏପରି ପଦକ୍ଷେପ ନେଇଛି । ମହିଳାଙ୍କ ଦ୍ବାରା ପୋଖରୀର ପରିଚାଳନା ପଦକ୍ଷେପ ଆଗମୀ ଦିନରେ ସାରା ବିଶ୍ବ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତ ପ୍ରଦାନ କରିବ ବୋଲି କହିଛନ୍ତି ସିଏମସି ଅଧିକାରୀ । ପୂର୍ବରୁ ମୁକ୍ତା ଯୋଜନାରେ ଆମ ପୋଖରୀ ଯୋଜନା ହାତକୁ ନେଇଛି କଟକ ମହାନଗର ନିଗମ । କଟକର ଜରାଜୀର୍ଣ୍ଣ ହୋଇପଡି ରହିଥିବା ପ୍ରମୁଖ ପୋଖରୀଗୁଡିକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରଖିଛି । କଟକର ଐତିହ୍ୟ କୀର୍ତ୍ତିରାଜି ମଧ୍ୟରେ ସୁବାସ ବୋଷଙ୍କ ଜନ୍ମସ୍ଥାନ ଥିବାରୁ ସେହି ସ୍ଥାନରେ ଥିବା ପୋଖରୀକୁ ବିକାଶ କରିବା ପାଇଁ ସିଏମସି ଲକ୍ଷ୍ୟ ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.