ETV Bharat / state

Cuttack Badajharilo Loot: ଲୁଟେରାଙ୍କ ମଧ୍ୟରେ ଜଣେ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ

author img

By

Published : Jan 24, 2022, 3:08 PM IST

କଟକ ବଡ଼ଝରିଲୋ ଲୁଟ ମାମଲା । 3 ଲୁଟେରାଙ୍କୁ ଧରିଲା ସଦର ଥାନା ପୋଲିସ । ଅଧିକ ପଢନ୍ତୁ

Cuttack Badajharilo Loot: 3 ଗିରଫ, ଲୁଟେରାଙ୍କ ମଧ୍ୟରେ ଜଣେ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ
Cuttack Badajharilo Loot: 3 ଗିରଫ, ଲୁଟେରାଙ୍କ ମଧ୍ୟରେ ଜଣେ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ

କଟକ: ବଡଝରିଲୋ ଲୁଟ ମାମଲା (Cuttack Badajharilo Loot case) । 3 ଲୁଟେରାଙ୍କୁ ଧରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ବୋଲି ଜଣାପଡ଼ିଛି । ଗତ ୨୦୧୯ ମସିହାରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ହୋଇଥିଲା ୪୦ ଲକ୍ଷ ଟଙ୍କାର ଲୁଟ ।

Cuttack Badajharilo Loot: 3 ଗିରଫ, ଲୁଟେରାଙ୍କ ମଧ୍ୟରେ ଜଣେ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ

ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ନାଁ ପ୍ରଭୁ କଲ୍ୟାଣ ସ୍ବାଇଁ ବୋଲି ପୋଲିସ ସ୍ପଷ୍ଟ କରିଛି । ଗତ 2019 ମସିହା ଡିସେମ୍ବର ମାସ 26ତାରିଖ ରାତିରେ କଟକ ବଡଝରିଲୋରେ ଏହି ଲୁଟ ହୋଇଥିଲା । 40 ଲକ୍ଷ ଟଙ୍କା ନେଇ ଯାଉଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଲୁଟେରା । ଏହାପରେ ସମସ୍ତ ଟଙ୍କାକୁ ଲୁଟ କରି ନେଇ ଯାଇଥିଲେ ଦୃର୍ବୁତ୍ତ । ଏହି ମାମଲାରେ ପୂର୍ବରୁ ଜଣେ ଲୁଟେରାକୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ 3 ଜଣଙ୍କୁ ଗିରଫ କରିଛି ।

ଏହା ବି ପଢନ୍ତୁ: ରାଜଧାନୀରେ ବିପଦରେ ବ୍ୟବସାୟିକ ପ୍ରତିଷ୍ଠାନ: ଲୁଟେରା କଲେଣି ଅସ୍ତବ୍ୟସ୍ତ ପୋଲିସ ପାଉନି ସୁରାକ୍

ଏହି ଗ୍ୟାଙ୍ଗ ପୂର୍ବରୁ ଅନେକ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଥିବା ବେଳେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ପ୍ରଭୁ ମଧ୍ୟ ସେହି ଲୁଟରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଲୁଟେରା ମାନଙ୍କ ଠାରୁ 40 ହଜାର ଟଙ୍କା, ଗୋଟିଏ ବାଇକ ସହ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.