ETV Bharat / state

ହାଇକୋର୍ଟରେ ପହଞ୍ଚିଲା ଜାଇକା ଯନ୍ତ୍ରଣା, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ନେଇ ପ୍ରାର୍ଥନା

author img

By

Published : Aug 3, 2023, 8:33 PM IST

ସହରରେ ଜାଇକା ଯନ୍ତ୍ରଣାକୁ ନେଇ ହାଇକୋର୍ଟରେ ମାମଲା । ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି କଲେ ଆବେଦନକାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ସହରରରେ ବଢୁଛି ଜାଇକା ଯନ୍ତ୍ରଣା । ଜାଇକା ପ୍ରକଳ୍ପ ଯୋଗୁଁ ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ମିଳୁନାହିଁ କ୍ଷତିପୂରଣ । ଏହାର ଡ୍ରେନ ନିର୍ମାଣରେ ବି ଢେର ବିଳମ୍ବ ହେଉଛି । ଯାହାକୁ ନେଇ ହାଇକୋର୍ଟରେ ଆଜି ମାମଲା ଦାୟର କରାଯାଇଛି । ଜାଇକା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ଏଥି ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରାର୍ଥନା କରି ଆବେଦନକାରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଏହି ମାମଲାରେ ନଗର ଉନ୍ନୟନ ସଚିବ, ସାଧାରଣ ପ୍ରଶାସନ ସଚିବ, ଜାଇକା କର୍ତ୍ତୃପକ୍ଷ, କଟକ ଜିଲ୍ଲାପାଳ ଏବଂ ସିଏମସି କମିଶନର ପକ୍ଷଭୁକ୍ତ କରାଯାଇଛି । ଚଳିତବର୍ଷ (୨୦୨୩ )ରେ ଜାଇକା ପ୍ରକଳ୍ପ ଯୋଗୁଁ କଟକରେ ଅନେକ ଲୋକଙ୍କ ଜୀବନ ଗଲାଣି । ପ୍ରାୟ ୪ ଜଣଙ୍କର ଜୀବନ ଗଲାଣି । କେତେବେଳେ ଶ୍ରମିକମାନଙ୍କର ମୃତ୍ୟୁ ଘଟିଲାଣି ତ ଆଉ କେତେ ବେଳେ ସାଧାରଣ ଲୋକଙ୍କର ଜୀବନ ଚାଲିଯାଉଛି । ବିଶେଷ କରି ଜାଇକା ପ୍ରକଳ୍ପର ମନମୁଖୀ କାର୍ଯ୍ୟ ତଥା ତ୍ରୁଟି ଯୋଗୁଁ ନିରୀହ ଲୋକଙ୍କର ଜୀବନ ଅକାରଣରେ ଚାଲି ଯାଉଛି । ତେବେ ଜାଇକାର ତ୍ରୁଟି ଯୋଗୁଁ ଯେଉଁ ମାନଙ୍କର ଜୀବନ ଚଳାଇଯାଉଛି ସେମାନଙ୍କୁ ସଠିକ କ୍ଷତିପୂରଣ ଦିଆଯାଉନାହିଁ ।

ଏହା ବି ପଢନ୍ତୁ- ଯାଇକା ନେଇଥାନ୍ତା ଆଉ ଏକ ପ୍ରାଣ ! ଅଳ୍ପକେ ବଞ୍ଚିଲା ଜୀବନ

ସବୁଠାରୁ ବଡ଼ କଥା ହେଉଛି ଜାଇକା ପ୍ରକଳ୍ପର କାମ କେବେ ଶେଷ ହେବ ତାହା କେହି ଜାଣିନାହାନ୍ତି । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୬ ମସିହାରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏନେଇ ହାଇକୋର୍ଟରେ ଯଦିଓ ମାମଲା ରୁଜୁ କରାଯାଇଥିଲା, ତେବେ ଜାଇକା ପ୍ରକଳ୍ପର ନିର୍ଦ୍ଦେଶକ କହିଥିଲେ ଯେ ୨୦୨୧ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ। ଏନେଇ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ।

ମାତ୍ର ଏଯାବତ ଏହି ପ୍ରକଳ୍ପ ଶେଷ ହୋଇନାହିଁ । ଯେଉଁ ସ୍ଥାନରେ ଏହି ପ୍ରକଳ୍ପ କରାଯାଉଛି ସେଠାରେ ମନମୁଖୀ କାର୍ଯ୍ୟ କରାଯାଉଛି । ଯେଉଁ କାରଣରୁ ସାଧାରଣ ଲୋକଙ୍କର ମୃତ୍ୟୁ ଘଟୁଛି ଏବଂ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ କେବେ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ସେନେଇ ଏକ ଡେଡଲାଇନ କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.