ETV Bharat / state

ସିଏମସିରୁ ଦିନକରେ ୬୧ କୋରୋନା ପଜେଟିଭ ଚିହ୍ନଟ

author img

By

Published : Oct 27, 2020, 9:03 PM IST

କଟକ ମହାନଗର ନିଗମରୁ 24 ଘଣ୍ଟା ମଧ୍ୟରେ 61 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ହୋମ କ୍ବାରେଣ୍ଟାଇନରୁ, 11 ସରକାରୀ କ୍ବାରେଣ୍ଟାଇନରୁ ଏବଂ 46 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ସିଏମସିରୁ ଦିନକରେ ୬୧ କରୋନା ପଜେଟିଭ ଚିହ୍ନଟ
ସିଏମସିରୁ ଦିନକରେ ୬୧ କରୋନା ପଜେଟିଭ ଚିହ୍ନଟ

କଟକ: ଗତ 24 ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ 61 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 4 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 11 ଜଣ ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ସେହିପରି 46 ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର 542 ଆକ୍ରାନ୍ତ ଚିହ୍ନଟ କରାଯାଇ ଥିବାବେଳେ ୧୩ ହଜାର 732 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ମହାନଗର ନିଗମରୁ ୬୬ ଜଣଙ୍କ କୋରୋନା କବଳରେ ମୃତ୍ୟୁ ଘଟିଛି । ଅନ୍ୟପଟେ ୮44 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.