ETV Bharat / state

ପାଠପଢା ନେଇ ମାଆ ସହ ପୁଅର ବଚସା, ଜୀବନ ହାରିଲେ ନାବାଳକ

author img

By ETV Bharat Odisha Team

Published : Nov 14, 2023, 3:29 PM IST

କାଠଯୋଡି ନଦୀ ବାଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପାଠପଢା ନେଇ ମାଆଙ୍କ ସହ ବଚସା ହେବାରୁ ସେ ଜୀବନ ହାରିଥିବା ପୋଲିସ କହିଛି । ଅଧିକ ପଢ଼ନ୍ତୁ

minor boy dead body rescued
minor boy dead body rescued

minor boy dead body rescued

କଟକ: କାଠଯୋଡି ନଦୀ ବାଲିରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ନିଖୋଜର 4ଦିନ ପରେ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ କଲ୍ୟାଣ ନଗର ଅଞ୍ଚଳର ଶାହିଲ ଜେନା । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପାଠପଢ଼ା ନେଇ ମାଆଙ୍କ ସହ ଝଗଡ଼ା ହୋଇଥିବାରୁ ସେ ଜୀବନ ହାରିଥିବା ପୋଲିସ କହିଛି । ମୃତଦେହ ଉଦ୍ଧାର ପରେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜୋନ 6 ଏସିପି ସ୍ୱସ୍ତିକ ପଣ୍ଡା ।

ମୃତକ ଶାହିଲ ଜେନା 10 ଶ୍ରେଣୀର ଛାତ୍ର । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ କାଠଯୋଡ଼ି ନଦୀ ବାଲିରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ନାବାଳକର ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ-ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲରେ ଲେଖା ହୋଇଛି ମୃତ୍ୟୁର କାରଣ

ଅନ୍ୟପଟେ ମୃତ ନାବାଳକଙ୍କ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଛି । ପାଠପଢ଼ା ନେଇ ମାଆଙ୍କ ସହ ଝଗଡା ହୋଇଥିବାରୁ ସାହିଲ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ଏସିପି ସ୍ଵସ୍ତିକ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ-ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଏସିପିଙ୍କ କହିବା ମୁତାବକ, ଗତ 10 ତାରିଖରେ ଥାନାରେ ନାବାଳକ ନିଖୋଜ ଥିବା ଏତଲା ହୋଇଥିଲା । 16 ବର୍ଷୀୟ ଶାହିଲ ଘରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପାଠ ପଢାକୁ ନେଇ ମାଆଙ୍କ ସହ ଶାହିଲଙ୍କ ଝଗଡା ହୋଇଥିଲା, ଏହାପରେ ସେ ଘରୁ ପଳାଇଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡିଛି । ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ନାବଳକଙ୍କ ସାଇକେଲ ଜବତ ହୋଇଛି । ପରିବାର ଲୋକେ ମଧ୍ୟ ଏହା ଆତ୍ମହତ୍ୟା ବୋଲି ମାନିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.