ETV Bharat / state

ସ୍କୁଲରେ ନାବାଳକ ସହ ଅପ୍ରାକୃତିକ ଦୁଷ୍କର୍ମ; ଦୋଷୀକୁ ୨୦ ବର୍ଷ ଜେଲ୍

author img

By ETV Bharat Odisha Team

Published : Jan 19, 2024, 10:38 AM IST

Minor Boy Rape Case: ଦୀର୍ଘ 5 ବର୍ଷ ପରେ ନାବାଳକ ଦୁଷ୍କର୍ମ ମାମଲାରେ ନ୍ୟାୟ ପ୍ରଦାନ କଲେ କୋର୍ଟ । ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ମାମଲାରେ ଦୋଷୀକୁ 20 ବର୍ଷ ଜେଲ୍ । ଅଧିକ ପଢନ୍ତୁ

ଅପ୍ରାକୃତିକ ଜୈନ ସମ୍ପର୍କ ପଡିଲା ମହଙ୍ଗା , ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହ ୧୦ ହଜାର ଜୋରିମାନା

କଟକ: ନାବାଳକ ସହିତ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ କଟକ ପୋସ୍କୋ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ପରେ ନାବାଳକ ପୀଡିତକୁ ନ୍ୟାୟ ପ୍ରଦାନ କରିଛନ୍ତି କୋର୍ଟ । ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଚିନ୍ତାମଣି ନାୟକକୁ ଦୋଷୀ ସାବ୍ୟସ୍ତ କରିବା ସହ ଧାରା 377 ଓ ପୋସ୍କୋ ଆଇନ 6କୁ ଆଧାର କରି 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏଥି ସହିତ 10 ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଆଉ ଏକ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

ଗତ 2019 ମସିହାରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । କଟକର ଏକ ହାଇସ୍କୁଲରେ ନାବାଳକଙ୍କ ସହ ଆପ୍ରାକୃତିକ ଦୁଷ୍କର୍ମ ହୋଇଥିଲା । ସେଦିନ ସ୍କୁଲରେ ଗଣେଶ ପୂଜା ଥିଲା । ଆସାମୀ ଚିନ୍ତାମଣି ପୀଡିତ ନାବାଳକକୁ ଚକୋଲେଟ ଏବଂ କୁରକୁରି ଲୋଭ ଦେଖାଇ ସ୍କୁଲ ଗାଧୁଆ ଘରକୁ ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ପୀଡିତ ଆହତ ଅବସ୍ଥାରେ ଘରକୁ ଯାଇ ତା'ର ମାଆକୁ ଜଣାଇବା ପରେ ଏନେଇ ମଧୁପାଟଣା ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଏନେଇ ପ୍ରମାଣ ପାଇବା ପରେ ଚିନ୍ତାମଣିକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ତେବେ ଘଟଣାର ପ୍ରାୟ 5 ବର୍ଷ ପରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କହିବାକୁ ଗଲେ ପୀଡିତକୁ ନ୍ୟାୟ ମିଳିଛି । 13 ଜଣ ସାକ୍ଷୀ ଓ 12ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ କୋର୍ଟ ଗୁରୁବାର ଦିନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଶୁଣାଣି ସମୟରେ ଅଭିଯୁକ୍ତ ଚିନ୍ତାମଣି କୋର୍ଟରେ ଉପସ୍ଥିତ ଥିଲା । ପୋଲିସ ତୁରନ୍ତ ତାକୁ ହେପାହାତକୁ ନେଇଥିବା ଜଣାପଡିଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ବିଶ୍ୱଜିତ ରାୟ ପରିଚାଳନା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ...୧୨ ବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ ଆଜୀବନ ଜେଲ

ଏହା ପୂର୍ବରୁ ଗତ ନଭେମ୍ବର ୨୯ ତାରିଖ ଦିନ କେନ୍ଦୁଝର ସ୍ୱତନ୍ତ୍ର ଅତିରିକ୍ତ ଦୌରାଜଜ୍ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ୩ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ୩ ଜଣ ଅଭିଯୁକ୍ତ ହେଲେ ରଞ୍ଜିତ ମହାନ୍ତି, ରବୀନ୍ଦ୍ର ନାଏକ, ସୁନିଲ ବେହେରା । ଏହି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.