ETV Bharat / state

Firing Case: ଆଠଗଡ଼ରେ ଫୁଟିଲା ଗୁଳି, ୩ ଗୁରୁତର ଆହତ SCBରେ ଭର୍ତ୍ତି

author img

By

Published : Feb 12, 2023, 10:07 PM IST

ଆଠଗଡ଼ ଜେନାପଦା ମଝିସାହିରେ ଫୁଟିଲା ୮ ରାଉଣ୍ଡ ଗୁଳି । ଏହି ଗୁଳିକାଣ୍ଡରେ ୩ ଆହତଙ୍କୁ SCBରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Firing Case
Firing Case

Firing Case: ଆଠଗଡ଼ରେ ଫୁଟିଲା ଗୁଳି, ୩ ଗୁରୁତର ଆହତ SCBରେ ଭର୍ତ୍ତି

କଟକ: ଆଠଗଡ଼ ଜେନାପଦା ମଝିସାହିରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ଶରୀରରେ ବାଜିଛି 8 ରାଉଣ୍ଡ ଗୁଳି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଏସସିବିରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଗୁଳିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଆହତ ବ୍ୟକ୍ତି ଦୀନବନ୍ଧୁ ନାୟକ, ବଂଶୀଧର ନାୟକଙ୍କ ଦେହରେ ୩ଟି ଲେଖାଏଁ ଓ ଜିତୁନା ନାୟକଙ୍କ ଦେହରେ ୨ଟି ଗୁଳି ବାଜିଛି । ସମସ୍ତ ଆହତ SCB ବଡ଼ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚିଛି । ଆଠଗଡ଼ SDPO, IIC ଓ ତିଗିରିଆ IIC ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଗୁଳି ମାରିଥିବା ବ୍ୟକ୍ତି ଲିଟୁନା ବୋଲି ଅଭିଯୋଗ କରିଛନ୍ତି ଆହତଙ୍କ ସମ୍ପର୍କୀୟ । ତେବେ SCBରେ ଆହତମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢନ୍ତୁ- ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଏନେଇ ଆହତଙ୍କ ସମ୍ପର୍କୀୟ କହିଛନ୍ତି, "ଆମ ଗ୍ରାମର ଲିଟୁନା ମୋ ଭାଇଙ୍କୁ ଗୁଳିମାଡ଼ କରିଛି । ଆମର ପୂର୍ବରୁ କୌଣସି କାରଣ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ଆମେ ତାକୁ କିଛି କହିନଥିଲୁ । ମାତ୍ର ଏବେ ହଠାତ୍‌ ସେ ମୋଟର ସାଇକେଲରେ ଆସି ମୋ ଭାଇଙ୍କୁ ଗୁଳିମାଡ଼ କରିଛି । ସେ ପୂର୍ବରୁ ମିଲିଟାରୀ ଅଫିସର ଥିଲା । ଏବେ ଅବସର ନେଇ ଘରେ ରହିଛି । ସେ ଏପରି ହଠାତ୍‌ କଣ ପାଇଁ ଗୁଳିମାଡ଼ କରିଛି ମୁଁ ଜାଣିନାହିଁ । ସେ ଗୁଳିମାଡ଼ କରିବା ବେଳେ ଗାଁ ଲୋକେ ମଧ୍ୟ ଦେଖିଛନ୍ତି । ଏକ ଛୋଟ ବନ୍ଧୁକ ଆଣି ସେ ଗୁଳିମାଡ କରିଛି । ଗୁଳିମାଡ଼ କରିବା ପରେ ଆମ ଗାଁର ଆଉ ଜଣେ ବ୍ୟକ୍ତି ତାକୁ ମୋଟର ସାଇକେଲରେ ନେଇ ପଳାଇଥିଲା । ଆହତଙ୍କ ପେଟ ଓ ହାତରେ ଗୁଳି ବାଜିଛି ।" ଏବେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.