ETV Bharat / state

ସଟସର୍କିଟରେ ଜଳିଗଲା ଘର, ସରକାରୀ ସହାୟତା ଅପେକ୍ଷାରେ ସୁର

author img

By ETV Bharat Odisha Team

Published : Nov 22, 2023, 9:24 PM IST

ନୂଆ ବେତଣ୍ତା ଗାଁରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା । ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ସୁର ପରିବାର । ଅଧିକ ପଢନ୍ତୁୁ

ସଟସର୍କିଟ ଯୋଗୁଁ ଜଳିଗଲା ଚାଳଛପର , ସୁର କେବେ ମିଳିବ ସରକାରୀ ପକ୍କା ଘର ?

ନିଆଳି: ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହାର ଏକ ଉହାରଣ ଦେଖିବାକୁ ମିଳିଛି ନିଆଳି ବ୍ଳକ କୃଷ୍ଣପ୍ରସାଦ ପଞ୍ଚାୟତ ନୂଆ ବେତଣ୍ତା ଗାଁରେ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ବେତଣ୍ତା ଗାଁର ସୁର ମଳିକଙ୍କ ଘରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଫଳେ ସବୁ କିଛି ଜଳିପୋଡି ଛାରଖାର ହୋଇଯାଇଛି । ହେଲେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ସେ । ଏହା ସହ ୧୯୯୯ ମସିହା ଠାରୁ ସବୁ ବନ୍ୟା,ବାତ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳି ପାରିନଥିବା କହିଛନ୍ତି ।

ସୂଚନା ଯୋଗ୍ୟ ନୂଆ ବେତଣ୍ତା ଗାଁରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ସଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନି କାଣ୍ଡରେ ସୁର ମଳିକଙ୍କ ପରିବାର ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି । ଘରେ କେହି ନଥିବାବେଳେ କୌଣସି କାରଣ ଯୋଗୁଁ ସୁରଙ୍କ ଚାଳ ଛପର ଘରେ ନିଆଁ ଲାଗି ଯାଇଥିଲା । ଫଳରେ ତାଙ୍କର ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଛି । ଏପରିକି ଚାଉଳ, ଲୁଗାପଟା, ବାସନ କୁସନ, ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ବ୍ୟାଙ୍କ ପାସବୁକ ଠାରୁ ଆରମ୍ଭ କରି ଶୋଇବା ଶେଯ ନିଆଁ ଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଏବେ ସୁରଙ୍କ ପରିବାର ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ହେଲା ବର୍ତ୍ତମାନସୁଧା ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ନାହିଁ ।

ଏହା ମଧ୍ୟ ପଢନ୍ତୁ....ଝିଅ ବାହାଘର ପାଇଁ ସାଇତି ଥିଲେ ଟଙ୍କା, ଜଳିପୋଡ଼ି ସବୁ ହେଲା ପାଉଁଶ

ସେ ଜଣେ ଦିନ ମଜୁରିଆ ହୋଇଥିବାବେଳେ ମୂଲ ଲାଗି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ପ୍ରତି ବର୍ଷ ସୁରଙ୍କ ପରିବାର ବାତ୍ୟା, ବନ୍ୟାର ସମ୍ମୁଖନ ହେଉଥିଲେ ମଧ୍ୟ ସରକାରଙ୍କ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିିଁ । ଯାହାକୁ ନେଇ ସୁର କ୍ଷୋଭ ପ୍ରକାଶ କରିଛନ୍ତି । ଖବର ପାଇ କୃଷ୍ଣ ପ୍ରସାଦ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ଭୋଇ ରାସନ ଓ ଲୁଗା ପଡା ପ୍ରଦାନ କରିଛନ୍ତି ଏବଂ ତୁରନ୍ତ ସୁରଙ୍କୁ ଥଇଥାନ ପାଇଁ ନିଆଳି ବ୍ଲକ ପ୍ରଶାସନଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ।‌ ସେପଟେ ବିନିଶପୁର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଂଞ୍ଚି ଅଗ୍ନିକାଣ୍ଡର କ୍ଷତିଗ୍ରସ୍ତ ପରିବାର କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି ଆଜି ଯାଏଁ କାହିଁକି ସୁର ମଳିକଙ୍କୁ ପକ୍କା ଘରଟିଏ ଦିଆଯାଇ ନାହିଁ । ଫନି ବାତ୍ୟା ସମୟରେ ଘର ଭଙ୍ଗା ବାବଦକୁ ୯୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ସୁର ଓ ତାଙ୍କ ସ୍ତ୍ରୀ ଘରଦ୍ୱାର ହରେଇବା ପରେ କାନ୍ଦି କାନ୍ଦି ସରକାରଙ୍କୁ ପକ୍କା ଏବଂ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।‌ ତେବେ ଗ୍ରାମବାସୀ ମଧ୍ୟ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.