ETV Bharat / state

2023 ସୁଦ୍ଧା କଟକରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ

author img

By

Published : Sep 16, 2022, 8:40 PM IST

2023 ଡିସେମ୍ବର ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ 24 ଘଣ୍ଟିଆ ପାନୀୟ ଜଳ । ତେବେ କିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ସେନେଇ ଜୋରଦାର ଜାରି ରହିଛି ୱାଟକୋ ବିଭାଗର କାମ । ଏଯାବତ କଟକରେ 25 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅଧିକ ପଢନ୍ତୁ

2023 ସୁଦ୍ଧା କଟକରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ
2023 ସୁଦ୍ଧା କଟକରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ

କଟକ: 2023 ଡିସେମ୍ବର ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ 24 ଘଣ୍ଟିଆ ପାନୀୟ ଜଳ । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଉପକୃତ ହେବେ କଟକ ବାସୀ । ଜନସାଧାରଣ tapରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇବେ । ପିଇବା ପାଣିକୁ ସଂଗ୍ରହ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ( drink from tap ) । ତେବେ କିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ସେନେଇ ଜୋରଦାର ଜାରି ରହିଛି ୱାଟକୋ ବିଭାଗର କାମ ।

2023 ସୁଦ୍ଧା କଟକରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ

350 କୋଟି ଟଙ୍କାର ଅଟକଳରେ ଏହି ସ୍ମାର୍ଟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ସରକାର । ଏଯାବତ କଟକରେ 25 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । କଟକ ସହରକୁ ଯେଉଁ 54 ଟି ଜୋନ ରେ ବିଭକ୍ତ କରାଯାଇଛି । ତାହାକୁ ଷ୍ଟେଜ ବାଇ ଷ୍ଟେଜ କାର୍ଯ୍ୟ ସମ୍ପାଦନ କରାଯିବ । ତେବେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ହେଉଛି ଏହି ଯୋଜନାରେ ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଯାହାଦ୍ୱାରା ସବୁ ୱାର୍ଡକୁ ସଂଯୋଗ କରୁଥିବା କନେକ୍ଟର ଉପରେ ମଧ୍ୟ ନଜର ରଖିପାରିବ ବିଭାଗ । ତେଣୁ ସମ୍ପୂର୍ଣ୍ଣ ରୂପେ 2023 ସୁଦ୍ଧା କଟକର ଘରେ ଘରେ 24 ଘଣ୍ଟିଆ ଜଳ ଯୋଗାଣ ହୋଇପାରିବ ବୋଲି କହିଛନ୍ତି ବିଭାଗୀୟ ମ୍ୟାନେଜର ।

ତେବେ 2023 ଡିସେମ୍ବର ବଦଳରେ ସେହି ବର୍ଷ ଅଗଷ୍ଟ ସୁଦ୍ଧା ଘରେ ଘରେ ପାନୀୟ ଜଳ ପହଞ୍ଚିବା ନେଇ କଟକରେ ତ୍ୱରିତ ଢ଼ଙ୍ଗରେ କାର୍ଯ୍ୟ ଜାରି ରହିଛି । ଯାହାଦ୍ୱାରା ଯେଉଁ ପିଇବା ଜଳ ସଙ୍କଟ ରହିଛି କଟକ ସହର ପାଇଁ ତାହା ଆଉ ଅଳ୍ପ ଦିନ ମଧ୍ୟରେ ଦୂରେଇ ଯିବ । ଏନେଇ ୱାଟକୋ ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି " ୨୦୨୩ ଡିସେମ୍ବର ସୁଦ୍ଧା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କଟକକୁ ଆଖି ଆଗରେ ଆମକୁ ସରକାରଙ୍କର ନଗର ଉନ୍ନୟନ ବିଭିଗ ତରଫରୁ ଟାର୍ଗେଟ ଦିଆଯାଇଛି ଯେ ଅଗଷ୍ଟ ୨୦୨୩ ଭିତରେ ଏହାର ସବୁ କାମ ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆନୁସଙ୍ଗିକ ଭାବରେ ଯେଉଁ କାର୍ଯ୍ୟ ରହିଛି ତାହାକୁ ଫେଜ ଅନୁସାରେ ଆଗେଇ ନେଇ ଚାଲିଛୁ । ଆମେ ଫେଜ ଅନୁସାରେ କଟକ ସହରରେ ୫୪ ଟି ଜୋନ କରିଛୁ । ୮ ଟି ଜୋନ ଆମେ ଡିସେମ୍ବର ମାସ ସୁଦ୍ଧା ସାରିବୁ । ଏହା ପରେ ପରବର୍ତ୍ତୀ ୧୭ ଟି ଜୋନ ମାର୍ଚ୍ଚ ୨୦୨୩ ସୁ୍ଦ୍ଧା ସାରିବୁ । ବଳକା ଜୋନ ଜୁଲାଇ ସୁଦ୍ଧା ସାରିବୁ । ବର୍ତ୍ତମାନ ସୁଦ୍ଧା ୨୫ ପ୍ରତିଶତ କାମ ଆରମ୍ଭ ହୋଇଗଲାଣି । ପାଖାପାଖି ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ କରିଲୁଣି ।"


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.