ETV Bharat / state

Baliyatra 2023: ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା ଆରମ୍ଭ

author img

By ETV Bharat Odisha Team

Published : Oct 13, 2023, 9:27 PM IST

ନଭେମ୍ବର ମାସ 27 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଦୀର୍ଘ 8 ଦିନ ଧରି ଚାଲିବ ବାଲିଯାତ୍ରା । ଏଥର ବାଲିଯାତ୍ରାକୁୁ ଅଧିକ ଚିତ୍ତାକର୍ଷକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

baliyatra to be held from november 27
ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା

ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା

କଟକ: ନଭେମ୍ବର ମାସ 27 ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ମାସ 27 ତାରିଖରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଦୀର୍ଘ 8 ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବାକୁ ପ୍ରୟାସ କରାଯାଉଛି । ଏଥର ଚିତ୍ତାକର୍ଷକ,ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ ବାଲିଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଏହାସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଖାଲି ସେତିକି ନୁହେଁ, ଓରମାସର ଷ୍ଟଲ ସଂଖ୍ୟା 400 କୁ ମଧ୍ୟ ବୃଦ୍ଧି କରାଯାଇଛି ।

ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦିଆଯିବ । କଟକ ଜିଲ୍ଲାପାଳଙ୍କ ଦ୍ଵାରା ଆଜି ଆୟୋଜିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି, ସିଡିଏ ଅଧ୍ୟକ୍ଷଙ୍କ ସମେତ କଟକ ଡିସିପି ଯୋଗ ଦେଇଥିବାବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ଏହାସହ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଏହା ବି ପଢନ୍ତୁ...ଇଣ୍ଡୋନେସିଆରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା, ରହିବ ଓଡ଼ିଆ ଛାପ

ଏହା ବି ପଢନ୍ତୁ...ବାଲିଯାତ୍ରାରେ ହୋଇନି କୌଣସି ପ୍ରକାର ଅନିୟମିତତା: କଟକ ଜିଲ୍ଲାପାଳ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି,"ଚଳିତବର୍ଷ କିଛି ନୂଆ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । କଟକ-ଇନ-କଟକରେ ଏଥର ନୂଆ ନୂଆ ଆକର୍ଷଣ ଦେଖିବାକୁ ମିଳିବ । ଗତବର୍ଷ ଯେତିକି ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା ସେହି ସମାନ ଜାଗାରେ ଚଳିତବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି 8 ଦିନ ମଧ୍ୟରେ ବାଲିଯାତ୍ରାକୁ ବେଶ ଉପଭୋଗ କରିବେ ଦର୍ଶକ ।" ତେବେ ଗତ ବର୍ଷ ମଧ୍ୟ ଖୁବ ଜାକଜମକରେ ହୋଇଥିଲା ଐତିହାସିକ ବାଲିଯାତ୍ରା।

ବହୁ ଜନସମାଗମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧି ବଢାଯାଇଥିଲା । ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଏହାସହ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନି ବୋଲି ଘୋଷଣା କରିଥିଲା ପ୍ରଶାସନ । ଐତିହାସିକ ବାଲିଯାତ୍ରା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଆସୁଥିବାବେଳେ ପ୍ରତିବର୍ଷ ବ୍ୟବସାୟ କରି ଲାଭବାନ ହେବା ଆଶାରେ ରହିଥାନ୍ତି ବ୍ୟବସାୟୀ । ତେବେ ଚଳିିତ ବର୍ଷ ନଭେମ୍ବର ମାସ 27 ତାରିଖରୁ ବାଲିଯାତ୍ରା ଆରମ୍ଭ ହେବା ନେଇ ସ୍ଥିର ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.