ETV Bharat / state

କୋରୋନା ଆକ୍ରାନ୍ତଙ୍କ ଫୁସଫୁସକୁ ଅଧିକ ସଂକ୍ରମିତ କରିବ ବାଣ ଧୂଆଁ: ଡାକ୍ତର ଜୟନ୍ତ ପଣ୍ଡା

author img

By

Published : Nov 5, 2020, 5:38 PM IST

ରାଜ୍ୟରେ ବାଣ ବ୍ୟବସାୟ ଏବଂ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ବାଣ ଧୂଆଁର ପ୍ରଭାବ କୋରୋନା ସଂକ୍ରମିତଙ୍କ ଫୁସଫୁସକୁ ଅଧିକ ସଂକ୍ରମିତ କରିବ । ଶୁଣନ୍ତୁ ଏନେଇ କଣ କୁହନ୍ତି ଏସସିବିର ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା...

କୋରୋନା ଆକ୍ରାନ୍ତଙ୍କ ଫୁସଫୁସକୁ ଅଧିକ ସଂକ୍ରମିତ କରିବ ବାଣ ଧୂଆଁ: ଡାକ୍ତର ଜୟନ୍ତ ପଣ୍ଡା
କୋରୋନା ଆକ୍ରାନ୍ତଙ୍କ ଫୁସଫୁସକୁ ଅଧିକ ସଂକ୍ରମିତ କରିବ ବାଣ ଧୂଆଁ: ଡାକ୍ତର ଜୟନ୍ତ ପଣ୍ଡା

କଟକ: ରାଜ୍ୟରେ ବାଣ ବ୍ୟବସାୟ ଏବଂ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନର ସଙ୍କଟଜନକ ସ୍ଥିତିରେ ବାଣ ଫୁଟାଇଲେ କୋରୋନା ସଂକ୍ରମିତଙ୍କ ଉପରେ ଏହାର ପ୍ରଭାବ ପଡିବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ।

କୋରୋନା ଆକ୍ରାନ୍ତଙ୍କ ଫୁସଫୁସକୁ ଅଧିକ ସଂକ୍ରମିତ କରିବ ବାଣ ଧୂଆଁ: ଡାକ୍ତର ଜୟନ୍ତ ପଣ୍ଡା

ସେ କହିଛନ୍ତି ଯେ, କୋରୋନା ଶ୍ବାସକ୍ରିୟାରେ ବାଧା ସୃଷ୍ଟି କରିଥାଏ । ବିଶେଷ କରି ନିଶ୍ୱାସ ପ୍ରଶ୍ୱାସ ଉପରେ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟରେ ଜଣେ କୋରୋନା ରୋଗୀଙ୍କ ଫୁସଫୁସରେ ସଂକ୍ରମଣ ରହିଥାଏ । ତେବେ ଧୂଆଁ ଏବଂ ଧୂଳି ଯାହାକି ସଂକ୍ରମଣ ମାତ୍ରାକୁ ବୃଦ୍ଧି କରିଥାଏ । ଫଳରେ ଜଣେ କୋରୋନା ରୋଗୀ ପାଇଁ ଅନେକ ବିପଦ ରହିଥାଏ । ସେଥିପାଇଁ ଦୀପାବଳୀରେ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେଇଛନ୍ତି । ବରଂ ଦୀପ ଜାଳି ଦୀପାବଳୀ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.