ETV Bharat / state

'ପଖାଳକୁ ମିଳୁ ଜିଆଇ ଟ୍ୟାଗ', ବିଧାନସଭାରେ ସ୍ୱର ଉଠାଇବେ ମୋକିମ

author img

By

Published : Mar 19, 2023, 10:44 PM IST

ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଆସନ୍ତାକାଲି ପାଳିବେ ପଖାଳ ଦିବସ । ତେବେ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଭେଟରାନ ସିନେ ଅଭିନେତା କୁନା ତ୍ରିପାଠୀ । ଏନେଇ ବିଧାନସଭାରେ ସ୍ୱର ଉଠାଇବେ ବୋଲି କହିଛନ୍ତି ମୋକିମ । ଅଧିକ ପଢ଼ନ୍ତୁ

ପଖାଳକୁ ମିଳୁ ଜିଆଇ ଟ୍ୟାଗ
ପଖାଳକୁ ମିଳୁ ଜିଆଇ ଟ୍ୟାଗ

ପଖାଳକୁ ମିଳୁ ଜିଆଇ ଟ୍ୟାଗ

କଟକ: ଓଡ଼ିଶାର ପାରମ୍ପରିକ ଖାଦ୍ୟ କହିଲେ ପଖାଳକୁ ବୁଝାଏ । ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟର ଖାଦ୍ୟ । ଆସନ୍ତାକାଲି ସାରା ବିଶ୍ୱରେ ଥିବା ଓଡ଼ିଆମାନେ ପଖାଳ ଦିବସ ପାଳିବେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବର୍ତ୍ତମାନ ସୁଦ୍ଧା ପଖାଳକୁ ମିଳି ପାରିନାହିଁ ଜିଆଇ ଟ୍ୟାଗ । ସମାଜରେ କେବଳ ପଖାଳକୁ ବଞ୍ଚାଇବା ପାଇଁ ଏହି ଦିବସ ପାଳନ ହେଉଛି । କିନ୍ତୁ ବାସ୍ତବରେ ପଖାଳକୁ ଜିଆଇ ମିଳବା ଆବଶ୍ୟକ ବୋଲି ମତ ରଖିଛନ୍ତି ସମସ୍ତେ । ତେବେ ଏହ ଦିଗରେ ମତ ରଖିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଭେଟରାନ ସିନେ ଅଭିନେତା କୁନା ତ୍ରିପାଠୀ ।

ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ବର୍ତ୍ତମାନ ସମୟରେ ପଖାଳ କହିଲେ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଏଥିରେ କୌଣସି ଦ୍ବିମତ ନାହଁ । ଦୁନିଆରେ ଯେଉଁଠାରେ ବି ଓଡ଼ିଆ ରୁହନ୍ତି, ସେଠାରେ ସେମାନେ ପ୍ରତ୍ୟେକ ଦିନ ପଖାଳ ଖାଉଥିବେ । କିନ୍ତୁ ଆଜି ପର୍ଯ୍ୟନ୍ତ ପଖାଳକୁ ଏକ ମାନ୍ୟତା ମିଳିବା ଦିଗରେ ବିଳମ୍ବ ହେଉଛି । ତେଣୁ ଏହି ପ୍ରସଙ୍ଗକୁ ଚଳିତ ବିଧାନସଭାରେ ଉଠାଇବା ସହ କିପରି ସମସ୍ତ ବିଧାୟକ ଏହି ପ୍ରସଙ୍ଗକୁ ସରକାରଙ୍କୁ ଅବଗତ କରାଇବେ, ସେ ଦିଗରେ ନିଆଯିବ ପଦକ୍ଷେପ ।" ସେହିଭଳି ଅନ୍ୟପଟେ ସିନେ ତାରକା କୁନା ତ୍ରିପାଠୀ ମଧ୍ୟ ଏହି ଟ୍ୟାଗ ପାଇଁ ପ୍ରତି ଓଡ଼ିଆଙ୍କୁ ଆଗକୁ ଆସିବା ଅପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, "ଓଡ଼ିଆ କହିଲେ ପଖାଳ । ତେଣୁ ଓଡ଼ିଆ ଜାତିର ସ୍ୱାଭିମାନ ଓ ପସନ୍ଦର ଦିଗକୁ ଦୃଷ୍ଟିରେ ରଖି ସରକାର ଆଗେଇ ଆସି ପଖାଳକୁ ଜିଆଇ ଟ୍ୟାଗ ଦେବାରେ ସହାୟ ହୁଅନ୍ତୁ ।"

ତେବେ ଆସନ୍ତାକାଲି (ସୋମବାର) ପଖାଳ ଦିବସ । ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ ହେବ ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସାଯିବ ଓଡ଼ିଶାର ଘରେଘରେ ପରିଚିତ ପାରମ୍ପରିକ ଖାଦ୍ୟ ପଖାଳ । ତା ସାଙ୍ଗକୁ ବଡ଼ିଚୁରା, ଆଳୁ ଭର୍ତା, ଛୁଇଁ ଓ ଆଳୁ ଭଜା, ଶାଗଭଜା, ବାଇଗଣ ଚଟଣୀ, କଲରା ଚିପ୍ସ, ବିଲାତି ଚଟଣୀ, ପାମ୍ପଡ଼, ମାଛ ଭଜା ଭଳି ଅନେକ ସୁସ୍ବାଦୁ ଖାଦ୍ୟର ମଧ୍ୟ ଘରେଘରେ ମଜା ଉଠାଇବେ ଲୋକେ । ତେଣୁ ଏହି ଉତ୍ସାହକୁ ସର୍ବଦା ରଖିବା ପାଇଁ ପଖାଳକୁ ଜିଆଇ ଟ୍ୟାଗ ଦେବା ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ସମସ୍ତେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.