ETV Bharat / state

ମୁଁ କୌଣସି ଦଳ ବିରୋଧ ମନ୍ତବ୍ୟ ଦେଇନି କି ଆଗକୁ ଦେବିନି: ମୋକିମ

author img

By

Published : Jun 11, 2023, 3:04 PM IST

କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ବାରବାଟୀ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନି । ଅଧିକ ପଢନ୍ତୁ

କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ମୋକିମଙ୍କ ପ୍ରତିକ୍ରିୟା
କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ମୋକିମଙ୍କ ପ୍ରତିକ୍ରିୟା

କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ମୋକିମଙ୍କ ପ୍ରତିକ୍ରିୟା

କଟକ: ଦଳୀୟ ଅନୁଶାସନ ଉଲ୍ଲଂଘନ ନେଇ କାରଣ ଦର୍ଶାଅ ନୋଟିସର AICC ଆଗରେ ସ୍ପଷ୍ଟୀକରଣ ରଖିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଏନେଇ କଂଗ୍ରେସ ବିଧାୟକ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଦଳର ହାଇକମାଣ୍ଡ ଯେଉଁ କାରଣ ଦର୍ଶାଅ ନୋଟିସ ମତେ ଜାରି କରିଥିଲେ, ତାହାର ଉତ୍ତର ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ରୂପେ ଆଭ୍ୟନ୍ତରୀଣ ରିପୋର୍ଟ । ମୁଁ ଦଳ ବିରୋଧୀ କୌଣସି କାର୍ଯ୍ୟ କରିନାହିଁ କି ଦଳ ବିରୋଧୀ ମନ୍ତବ୍ୟ ଦେଇନାହିଁ । କେମିତି ଦଳକୁ ମଜଭୁତ କରି ହେବ ସେନେଇ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି । ତେଣୁ ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ପୂର୍ବରୁ କଂଗ୍ରେସ ସହ ଥିଲି ଓ ଆଗମୀ ଭବିଷ୍ୟତରେ କଂଗ୍ରେସ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ବିଧାୟକ ମୋକିମ ।

ପୂର୍ବରୁ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ମୋକିମଙ୍କ ଦଳରେ ରହିବା ନେଇ ପ୍ରଶ୍ନ କରିଥିଲେ । ସେ କହିଥିଲେ, "ମୋକିମ କଂଗ୍ରେସରେ ଅଛନ୍ତି ନା ନାହାନ୍ତି ତାହା ଅସ୍ପଷ୍ଟ ରହିଛି ।" ଯେବେ ସେ ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ଦଳକୁ ଭୋଟ ଦେଲେ ସେବେଠୁ ତାଙ୍କର ଗତି କୁଆଡେ କାହାରିକୁ ଜଣାନାହିଁ । ତାଙ୍କୁ ହାଇକମାଣ୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବର୍ତ୍ତମାନ ସେ ଦଳରେ ଅଛନ୍ତି ନା ନାହାନ୍ତି ସେକଥା ସମସ୍ତଙ୍କୁ ଅଗୋଚର । ପୂର୍ବରୁ କଟକ ନଗର କଂଗ୍ରେସର ନୂଆ ସଭାପତି ଚୟନ ବେଳେ ଓ ଅନେକ କାର୍ଯ୍ୟକ୍ରମରେ ଡକାଗଲେ ପରେ ବି ମୋକିମ ଆସିଲେନି । ସେଥିପାଇଁ ତାଙ୍କୁ ଏବେ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ଯଦି ମୋକିମ ୨୦୨୪ ପୂର୍ବରୁ କଂଗ୍ରେସ ଛାଡନ୍ତି, ତେବେ ଦଳ ଉପରେ କୌଣସି ପ୍ରଭାବ ପଡିବନି ବୋଲି କଟକ ନଗର କଂଗ୍ରେସ ସଭାପତି ପରୋକ୍ଷରେ କହିଥିଲେ ।

ପ୍ରକାଶଥାଉ କି, ୨୦୧୯ ନିର୍ବଚନରେ ବାରବାଟୀରୁ ବିଧାୟକ ନିର୍ବାଚିତ ହୋଇଥିଲେ ମହମ୍ମଦ ମୋକିମ । ବିପକ୍ଷ ହେବିୱେଟ ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇ ସେ ବାଜି ମାରିଥିଲେ । କିନ୍ତୁ ବିଗତ କିଛି ଘଟଣା ଦଳରେ ମୋକିମଙ୍କ ସ୍ଥିତି ନେଇ ପ୍ରଶ୍ନ ଉଠାଇଛି । ଏପରିକି ନିକଟରେ ରାଜ୍ୟ କଂଗ୍ରେସର ମୁଖ୍ୟ ମଧ୍ୟ ମୋକିମଙ୍କୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ ସମୟରେ AICC ନୋଟିସର ଉତ୍ତର ରଖିବା ପରେ ଦଳରେ ମୋକିମଙ୍କ ସ୍ଥିତି କ'ଣ ରହିବ ତାହା ସମୟ କହିବ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.