ETV Bharat / state

କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ

author img

By ETV Bharat Odisha Team

Published : Oct 4, 2023, 1:08 PM IST

କଟକ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆରଡିସିକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ । 10 ଦିନ ମଧ୍ୟରେ ସମସ୍ୟାଗୁଡିକର ସମାଧାନ ନହେଲେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ..

କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ
କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ

କଟକର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆରଡିସିଙ୍କୁ ଭେଟିଲା କଂଗ୍ରେସ

କଟକ: କଟକ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିକୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ । ବାଲିଯାତ୍ରା ଘାଟ, ଏସ୍‌ସିବି ହସ୍ପିଟାଲରେ ଥିବା ପ୍ରମୁଖ ସମସ୍ୟାଗୁଡିକର ସମାଧାନ ନେଇ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ । 10 ଦିନ ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ନହେଲେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆରଡିସିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳ । କଟକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅସୁବିଧା ନେଇ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ । କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ କଂଗ୍ରେସ ଏକ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ଆର୍‌ଡିସିଙ୍କୁ ଭେଟିଛନ୍ତି । ତେବେ ବର୍ତ୍ତମାନ ସମୟରେ କଟକର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଦାବି ଉପସ୍ଥାପନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଓଡିଆଙ୍କୁ ଅଣଦେଖା, ନେତାଜୀ ବସ ଟର୍ମିନାଲ ଲୋକାର୍ପଣରେ ସାମିଲ ହେବେନି ମୋକିମ

ସରକାରଙ୍କ ଦ୍ବାରା ନିର୍ମିତ ବାଲିଯାତ୍ରା ପଡ଼ିଆ ଘାଟ ପାହାଚ ପାଣି ମାଡ଼ ଧସେଇ ଯାଇଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ଆଣିଛି । ଆଉ ମଧ୍ୟ ବିଶ୍ୱ ସ୍ତରୀୟ ଏସ୍‌ସିବି ହସ୍ପିଟାଲର ବିଭିନ୍ନ ସମସ୍ୟାଗୁଡ଼ିକୁ ମଧ୍ୟ ଉପସ୍ଥାପନ କରିଛି । ଘଣ୍ଟାଘଣ୍ଟା ବିଜୁଳି କଟିବା , ହସ୍ପିଟାଲର ପାଣି ସମସ୍ୟା ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେଗୁଡିକ ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛି କଂଗ୍ରେସ ।

ତେବେ ଏ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଆର୍‌ଡିସି କାର୍ଯ୍ୟଳୟକୁ ଅଚଳ କରିବା ପାଇଁ ବିଧାୟକ ମହମ୍ମଦ ମୋକିମ ନିଜେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିବାଳା ବେହେରା । ତେବେ ଏହି ଘଟଣାଗୁଡିକର ଉଚ୍ଚସ୍ତରୀୟ ତଦନ୍ତ କରିବା ନେଇ ଦାବି କରିଛି କଂଗ୍ରେସ । ଏଥିସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ତେବେ 10 ଦିନ ମଧ୍ୟରେ ଏହାର ସତ୍ୟାସତ୍ୟ ସାମ୍ନାକୁ ନ ଆସିଲେ ଆନ୍ଦୋଳନ ତୀବ୍ରତର କରିବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.