ETV Bharat / state

ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ

author img

By

Published : Sep 6, 2022, 4:22 PM IST

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ସାରି ୪ ଜଣଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପକସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପକସୋ କୋର୍ଟରେ ଦାଖଲ ହୋଇଛି। ଅଧିକ ପଢନ୍ତୁ

ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ
ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ

କଟକ:ହାଇକୋର୍ଟରେ ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ସାରି ୪ ଜଣଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଛି । ଆଇପିସିର ୩୭୬ ଡିଏ, ୩୭୬(୨) ଏନ, ୫୦୬, ୩୪ ସହ ପୋକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଚାର୍ଜସିଟ ପୋକ୍ସୋ କୋର୍ଟରେ ଦାଖଲ ହୋଇଛି । ଏ ସମ୍ପର୍କରେ ଫାଇନାଲ ଚାର୍ଜସିଟକୁ ସିଲ କରାଯାଇଥିବା କଭରରେ ହାଇକୋର୍ଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଅନୁଯାୟୀ ଅନ୍ୟ କେହି ଅଭିଯୁକ୍ତ ନାହାନ୍ତି । ତେଣୁ ହାଇକୋର୍ଟ ଜନସ୍ବାର୍ଥ ମାମଲା ଆବେଦନ ଶୁଣାଣିର ଅନ୍ତ ଘଟାଇଲେ । ପିଡିତା କିମ୍ବା ତାର ପରିବାର ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ପାରିବା ନେଇ ସୂଚନା ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସମସ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟ ରେଜିଷ୍ଟ୍ରିରେ ରଖିବାକୁ ନିର୍ଦ୍ଦେଶ । ତେବେ ହାଇକୋର୍ଟଙ୍କ ବିନା ଅନୁମତିରେ ସେ ରିପୋର୍ଟ କେହି ନେଇ ପାରିବେ ନାହିଁ ।

ସୂଚନା ଥାଉକି, ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଗରୁ ଏନେଇ ଶୁଣାଣି ହୋଇଥିଲା । ଖୋର୍ଦ୍ଧା ପୋକ୍ସୋ ଅଦାଲତରେ ଏହି ମାମଲାର ଶୁଣାଣି କରି ଅଦାଲତ ସମସ୍ତ 4 ଅଭିଯୁକ୍ତଙ୍କ ଜାମିନ ଖାରଜ କରିଥିବା ବେଳେ । ଉପଯୁକ୍ତ ପ୍ରମାଣ ତଥା ତଥ୍ୟକୁ ଭିତ୍ତିକରି ଜାମିନ ଖାରଜ କରାଯାଇଥିଲା । ତେବେ ଶୁଣାଣି ସମୟରେ ନାବାଳିକାଙ୍କ ଜୀବନ ପ୍ରତି ବିପଦ ଏବଂ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲେ ମାମଲା ପ୍ରଭାବିତ ହେବା ଆଶଙ୍କା ନେଇ ଯୁକ୍ତି ବାଢିଥିଲେ ଅଭିଯୋଗକାରିଣୀଙ୍କ ଓକିଲ ସୀତାଂଶୁ ଦ୍ବିବେଦୀ ।

ସୀତାଂଶୁଙ୍କ ପକ୍ଷରୁ ଦୀର୍ଘ ଦୁଇଘଣ୍ଟା ଯୁକ୍ତି ସ୍ଥାପନ ହେବାପରେ ଆଦାଲତ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁଣାଣି କରି 4 ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଥିଲା । ତେବେ ଜାମିନ ଖାରଜ ପରେ ସମସ୍ତ 4 ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହେପାଜତରେ ରଖିବା ନିମନ୍ତେ ଝାରପଡା ଜେଲକୁ ପଠାଇ ଥିଲେ । ତେବେ 2020 ମସିହା ଅଗଷ୍ଟ ୩୦ ତାରିଖରେ ୧୩ ବର୍ଷର ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ନେଇ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଗୃପ-4 ସିକ୍ୟୁରିଟି ସଂସ୍ଥାର ଦୁଇ ୨ ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏନେଇ ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇ ଏବେ ବି ଜେଲରେ ଅଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.