ETV Bharat / state

ULB Polls : ମୋ ନାଁରେ ଅନ୍ୟ କେହି ଭୋଟ ଦେଇ ଦେଇଛି, ମୁଁ ଆଉ କଣ ଭୋଟ ଦେବି

author img

By

Published : Mar 24, 2022, 7:21 PM IST

କଟକ ମତଦାନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିଛି । ଜଣେ ଭୋଟରଙ୍କ ନାମରେ ଅନ୍ୟ କେହି ଜଣେ ଭୋଟ ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ULB Polls :ମୋ ନାଁ ରେ ଅନ୍ୟ କେହି ଭୋଟ ଦେଇଦେଇଛି,ମୁଁ ଭୋଟ ଦେଇପାରିଲିନି
ULB Polls :ମୋ ନାଁ ରେ ଅନ୍ୟ କେହି ଭୋଟ ଦେଇଦେଇଛି,ମୁଁ ଭୋଟ ଦେଇପାରିଲିନି

କଟକ: ରାଜ୍ୟବ୍ୟାପି ଆଜି ପୌର ନିର୍ବାଚନ ମତଦାନ ଚାଲିଛି । ହେଲେ କଟକ ମତଦାନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆସିଛି। ସୂଚନାନୁସାରେ କଟକ ୫୩ ନମ୍ବର ୱାର୍ଡରେ ଜଣଙ୍କ ନାମରେ ଅନ୍ୟ କେହି ଜଣେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଅଜୟ କୁମାର ଦାସ ନାମକ ଜଣେ ବ୍ୟକ୍ତି ୫୨ ନମ୍ବର ୱାର୍ଡ ଅଞ୍ଚଳର ଭୋଟର ଅଟନ୍ତି ।

ULB Polls :ମୋ ନାଁ ରେ ଅନ୍ୟ କେହି ଭୋଟ ଦେଇଦେଇଛି,ମୁଁ ଭୋଟ ଦେଇପାରିଲିନି

ହେଲେ ବୁଥ ନମ୍ବର ୫୨ ପରିବର୍ତ୍ତେ ୫୩ ନମ୍ବର ବୁଥରେ ତାଙ୍କର ଭୋଟ ଥିଲା। ସେ ୫୩ ନମ୍ବର ବୁଥକୁ ଭୋଟ ଦେବାକୁ ଯାଇଥିଲେ ବି ତାଙ୍କ ଭୋଟ ଅନ୍ୟ କେହି ଦେଇ ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ଅଭିଯୋଗ କରିଛନ୍ତି ଅଜୟ। ଜାଣିଶୁଣି କେହି ତାଙ୍କ ଭୋଟ ଦେଇ ଥାଇପାରନ୍ତି ବୋଲି ଅଜୟ ଅଭିଯୋଗ ଆଣିଛନ୍ତି। ତେଣୁ ସେ ଭୋଟ ଦେବାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ଏନେଇ ପ୍ରିଜାଇଡିଂ ଅଫିସରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.