ETV Bharat / state

ଗଞ୍ଜେଇ ବେପାରୀ ଡୋରାକୁ ବାନ୍ଧିଲା ଚାଉଳିଆଗଞ୍ଜ ପୋଲିସ

author img

By

Published : Feb 23, 2021, 7:05 PM IST

କଟକ ଶିଖରପୁର ଅଞ୍ଚଳରୁ ନେହେରୁପଲି ଅଞ୍ଚଳକୁ ଏକ ଅଟୋରେ ବିପୁଳ ପରିମାଣର ଗଞ୍ଜେଇ ନେଉଥିଲା ବେଳେ ପୋଲିସ ହାତରେ ଧରାପଡିଛି ଗଞ୍ଜେଇ ବେପାରୀ ।

ଡୋରାକୁ ବାନ୍ଧିଲା ଚଉଳିଆଗଞ୍ଜ ପୋଲିସ
ଡୋରାକୁ ବାନ୍ଧିଲା ଚଉଳିଆଗଞ୍ଜ ପୋଲିସ

କଟକ: ଏକ ଅଟୋରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ଧରିଲା ଚାଉଳିଆଗଞ୍ଜ ପୋଲିସ । କଟକ ଶିଖରପୁର ଅଞ୍ଚଳରୁ ନେହେରୁପଲି ଅଞ୍ଚଳକୁ ଏକ ଅଟୋରେ ବିପୁଳ ପରିମାଣର ଗଞ୍ଜେଇ ନେଉଥିଲା ବେଳେ ପୋଲିସ ହାତରେ ଧରାପଡିଛି ।

ଡୋରାକୁ ବାନ୍ଧିଲା ଚଉଳିଆଗଞ୍ଜ ପୋଲିସ
ଡୋରାକୁ ବାନ୍ଧିଲା ଚଉଳିଆଗଞ୍ଜ ପୋଲିସ

ଏହାସହ ଗଞ୍ଜେଇ ବେପାରୀ ପବନ ଡୋରାକୁ ଗିରଫ କରିଛି ପୋଲିସ । ସିଧାସଳଖ ଅଟୋକୁ ଅଟକାଇ ଡ଼ୋରାକୁ ଗିରଫ କରିବା ସହ 41 କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏହାସହ ଅଟୋ ବି ଜବତ କରିଛି ପୋଲିସ । ଅନ୍ୟପଟେ ଅଟୋରେ ଥିବା ଆଉ 2 ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।

ଉଭୟଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଲାଇଛି । ତେବେ ପବନ ଡୋରାକୁ ପୋଲିସ ଗିରଫ କରିବା ପରେ ଆଜି(ମଙ୍ଗଳବାର) ଡୋରାକୁ କୋର୍ଟ ଚାଲାଣ କରିଛି ଚଉଳିଆଗଞ୍ଜ ଥାନା ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.