ETV Bharat / state

ବୌଦ୍ଧରେ 42 ଛୁଇଁଲା ପାରଦ, ଜଳାଭାବ ସାଜିଛି ମୁଖ୍ୟ ସମସ୍ୟା

author img

By

Published : Apr 25, 2021, 3:49 PM IST

42 ଡିଗ୍ରୀ ତାପମାତ୍ରା ସହିତ ବୌଦ୍ଧ ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ । ଏହା ସାଙ୍ଗକୁ ପାନୀୟ ଜଳ ସମସ୍ୟା ଲୋକଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ....

ବୌଦ୍ଧରେ ପାରଦ ଛୁଇଁଲା 42, ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ଜଳକଷ୍ଟ
ବୌଦ୍ଧରେ ପାରଦ ଛୁଇଁଲା 42, ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ଜଳକଷ୍ଟ

ବୌଦ୍ଧ: କାଳବୈଶାଖୀର କୌଣସି ପ୍ରଭାବ ପଡୁନି ତାପମାତ୍ରା ହ୍ରାସ ଉପରେ । ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହି ପରିପ୍ରେକ୍ଷୀରେ ବୌଦ୍ଧରେ ତାପମାତ୍ରା 42 ଡିଗ୍ରୀ ଉପରେ ରହୁଥିବାରୁ ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଛି ।

ବୌଦ୍ଧରେ ପାରଦ ଛୁଇଁଲା 42, ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ଜଳକଷ୍ଟ
ମଣିଷ ସାଙ୍ଗକୁ ପଶୁପକ୍ଷୀ ମଧ୍ୟ ଖରା ଯୋଗୁଁ ପ୍ରଭାବିତ ହେଉଛନ୍ତି । ଜିଲ୍ଲାର ତିନୋଟି ବ୍ଲକରେ ଖରାର ପ୍ରକୋପରେ ସମସ୍ତେ ତ୍ରାହି ତ୍ରାହି ଡାକଦେଲେଣି । ଦୁଇ ଦିନିଆ ସଟଡାଉନ ସାଙ୍ଗକୁ ପ୍ରଚଣ୍ଡ ଖରା, ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନସାନ ହୋଇପଡିଛି । ତେବେ ଏଭଳି ସମୟରେ ଅନେକ ସ୍ଥାନରେ ପାନୀୟଜଳ ପ୍ରକଳ୍ପଗୁଡିକ ଅଚଳ ହୋଇପଡିଥିବାରୁ ସାଧାରଣ ଲୋକେ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି । ସେପଟେ ଅଧିକାଂଶ ପୋଖରୀ ଗାଡିଆ ମଧ୍ୟ ଖରାରେ ଶୁଖିଯାଇ ଥିବାରୁ ପଶୁପକ୍ଷୀଙ୍କ ପାଇଁ କଷ୍ଟ ଆଣିଦେଇଛି । ତେବେ ଆସନ୍ତା ସପ୍ତାହ ମଧ୍ୟରେ ତାପମାତ୍ରା ହ୍ରାସ ନ ପାଇଲେ ସମସ୍ୟା ଆହୁରି ବଢିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.