ETV Bharat / state

ବୌଦ୍ଧରେ ଖରା ସାଙ୍ଗକୁ ଦାଉ ସାଧୁଛି ଅଗ୍ନିକାଣ୍ଡ

author img

By

Published : Apr 22, 2021, 10:54 AM IST

ଖରାରେ ସିଝୁଛି ବୌଦ୍ଧ ଜିଲ୍ଲା । ଏଭଳି ସମୟରେ ଅଗ୍ନିକାଣ୍ଡ ଓ ପାନୀୟଜଳର ଅଭାବ ଗରିବ ଲୋକଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଅସହ୍ୟ ତାତି ସଙ୍ଗକୁ ଅଗ୍ନିକାଣ୍ଡ ଓ ପାନୀୟ ଜଳର ସମସ୍ୟା
ବୌଦ୍ଧରେ ଅସହ୍ୟ ତାତି ସଙ୍ଗକୁ ଅଗ୍ନିକାଣ୍ଡ ଓ ପାନୀୟ ଜଳର ସମସ୍ୟା

ବୌଦ୍ଧ: ମୁଣ୍ଡ ଫାଟିଲା ଭଳି ଖରାରେ ସିଝୁଛି ସାରା ଜିଲ୍ଲା । ଏଭଳି ସମୟରେ ଅଗ୍ନିକାଣ୍ଡ ଓ ପାନୀୟଜଳର ଅଭାବ ଗରିବ ଲୋକଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି । ବୌଦ୍ଧ ଜିଲ୍ଲାରେ ପାରଦ 42 ଡିଗ୍ରୀ ଉପରେ ରହୁଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ଗରିବ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାର ଧଳପୁର ପଞ୍ଚାୟତର ଜବଲପୁର ଓ ପଦ୍ମନପୁର ପଞ୍ଚାୟତର ଦାମୋଦରପୁର ଗ୍ରାମରେ ପୃଥକ ପୃଥକ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରେ ଅସହ୍ୟ ତାତି ସଙ୍ଗକୁ ଅଗ୍ନିକାଣ୍ଡ ଓ ପାନୀୟ ଜଳର ସମସ୍ୟା

ସେପଟେ ବୌଦ୍ଧ ଜିଲ୍ଲାର ଆଢେଣୀଗଡ, କୁଶଙ୍ଗ, ମହାଲିକପଡା, ତଳଗାଁ, ଛତରଙ୍ଗ, ବୀରନରସିଂପୁର, ସାମ୍ପୋଚ, ଆମ୍ବଝରୀ, ଟିକରପଡା, ଶଗଡା,ଉମା, ଗୁନ୍ଦୁଳିଆ, ଲମ୍ବସରୀ ଭଳି ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଥିବାରୁ, ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ପିଉଛନ୍ତି । ମଣିଷ ତ ମଣିଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ପାଣିର ଅଭାବ ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.