ETV Bharat / state

ଅସୁରକ୍ଷିତ ଗଜରାଜ, ଦୁଇ ଦିନରେ ଦୁଇଟି ଦନ୍ତାହାତୀ ମୃତଦେହ ଉଦ୍ଧାର

author img

By

Published : May 26, 2022, 5:49 PM IST

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ ବର୍ତ୍ତମାନ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି । ଆଉ ବନ ବିଭାଗ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି । ଅଧିକ ପଢନ୍ତୁ

ଅସୁରକ୍ଷିତ ଗଜରାଜ, ଦୁଇ ଦିନରେ ଦୁଇଟି ଦନ୍ତାହାତୀ ମୃତଦେହ ଉଦ୍ଧାର
ଅସୁରକ୍ଷିତ ଗଜରାଜ, ଦୁଇ ଦିନରେ ଦୁଇଟି ଦନ୍ତାହାତୀ ମୃତଦେହ ଉଦ୍ଧାର

ବୌଦ୍ଧ: ହାତୀଙ୍କ ଶ୍ମଶାନ ଭୂମି ପାଲଟିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ । ଦୁଇ ଦିନରେ ଦୁଇ ଦୁଇଟି ଦନ୍ତାହାତୀର ଶିକାର ଘଟଣାରେ ପରିବେଶ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ ବର୍ତ୍ତମାନ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି । ଆଉ ବନ ବିଭାଗ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି । ଗତ ୧୦ରୁ ଉର୍ଦ୍ଧ୍ବ ଦିନ ହେଲା ଦୁଇଟି ଦନ୍ତାହାତୀ ଶିକାରୀଙ୍କ ଦ୍ବାରା ଶିକାର ତଥା ହାତୀର ଦାନ୍ତ ଲୁଟି ନେଇଥିଲେ ମଧ୍ୟ ବନ ବିଭାଗ କୌଣସି ଖବର ପାଇନଥିଲା ।

ଅସୁରକ୍ଷିତ ଗଜରାଜ, ଦୁଇ ଦିନରେ ଦୁଇଟି ଦନ୍ତାହାତୀ ମୃତଦେହ ଉଦ୍ଧାର

ଗତ ମଙ୍ଗଳବାର ବୌଦ୍ଧ ବନାଞ୍ଚଳର ଭୁର୍କିପଡାରେ ଏକ ଦନ୍ତାହାତୀର ଗଳିତ ମୃତଦେହ ବନ ବିଭାଗ ଉଦ୍ଧାର କରି ରାତିରେ ପୋତି ଦେଇଥିଲା । ପୁନଶ୍ଚ ବୁଧବାର ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବୌଦ୍ଧରେ ଉପସ୍ଥିତ ଥିବା ସମୟରେ ଆଉ ଏକ ଦନ୍ତାହାତୀ ବେରେଡାବାରି ଜଙ୍ଗଲରେ ଗଳିତ ଅବସ୍ଥାରେ ଉଦ୍ଧାର ହୋଇଥିଲା ଏବଂ ପରେ ତାକୁ ପୋତି ଦିଆଯାଇଥିଲା । ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବାରମ୍ବାର ଘଡିଆଳ କୁମାରୀ, ବାଘ, ଭାଲୁ, ହରିଣ, ବାରହା, ଦନ୍ତାହାତୀଙ୍କ ଶୀକାର ହେଉଥିଲେ ମଧ୍ୟ ବନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ ରହିଆସିଛି ।

ବିଭାଗ ଏନେଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ ବନ କର୍ମଚାରୀ, ଶିକାରୀ, ମାଫିଆଙ୍କ ମିଲିଭଗତରେ ଏକ ବଡ ରାକେଟ କାମ କରୁଥିବା ଅନିମାନ କରାଯାଉଛି । ସେପଟେ ଭୁର୍କିପଡା ଦନ୍ତାହାତୀ ଶିକାର ଘଟଣାରେ ବନ ବିଭାଗ ଟିକରପଡା ପଞ୍ଚାୟତ ତଲାଗୁରା ଗ୍ରାମର ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଯାହାକୁ ଉଭୟ ଯୁବକଙ୍କ ପରିବାର ଅସ୍ବୀକାର କରିବା ସହିତ ଏହାର ବିରୋଧ କରିଛନ୍ତି । ଦନ୍ତାହାତୀ ଶୀକାର ଘଟଣାକୁ ନେଇ ଉଭୟ ବନଖଣ୍ଡ ଅଧିକାରୀ ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.