ETV Bharat / state

ବୌଦ୍ଧରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ 3 ଗିରଫ

author img

By

Published : Aug 21, 2022, 7:42 AM IST

ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବୌଦ୍ଧ ଅବକାରୀ ବିଭାଗ ଦ୍ବାରା ୩ ଗିରଫ । ସେପଟେ କଣ୍ଟାମାଳ ଓ ବାଉଁଶୁଣୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଗଞ୍ଜେଇ ଚୋରା ଚାଲାଣ ଧରିଲା ଅବକାରୀ ବିଭାଗ, ୩ ଗିରଫ
ଗଞ୍ଜେଇ ଚୋରା ଚାଲାଣ ଧରିଲା ଅବକାରୀ ବିଭାଗ, ୩ ଗିରଫ

ବୌଦ୍ଧ: ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସକୁ ଦୁଇ ଦିନରେ ମିଳିଛି ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିଜେପି ଆଦିବାସୀ ନେତାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ସେହିପରି କଣ୍ଟାମାଳ ଥାନା ଓ ବାଉଁଶୁଣୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ବ୍ୟାପକ ଚୋରା ଗଞ୍ଜେଇ ଜବତ ହୋଇଛି ।

ଗଞ୍ଜେଇ ଚୋରା ଚାଲାଣ ଧରିଲା ଅବକାରୀ ବିଭାଗ, ୩ ଗିରଫ

ବୌଦ୍ଧ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଓ ଏସପିଙ୍କ ଯୋଗଦାନ ପରେ ତତ୍ପର ହୋଇଛି ଅବକାରୀ ଓ ପୋଲିସ ବିଭାଗ । ସୂଚନା ଅନୁସାରେ ଗତକାଲି(ଶୁକ୍ରବାର) କଣ୍ଟାମାଳ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ପିଛା କରିଥିଲେ । ତେବେ ଏହି ମାଫିଆଙ୍କୁ ସୁଲିଆ ଛକ ନିକଟରେ କାବୁ କରାଯାଇଥିଲା । ଘଟଣାରେ ତିନି କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚାର ସଭାପତି ବୋଲି ସୂଚନା ମିଳିଛି । ସେହିଭଳି କଣ୍ଟାମାଳ ଥାନା ଓ ବାଉଁଶୁଣୀ ଥାନା ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.