ETV Bharat / state

ନିରୁଦ୍ଦିଷ୍ଟ ପୁଅକୁ ଖୋଜିବା ପାଇଁ ବୌଦ୍ଧ ଏସପିଙ୍କ ଦ୍ବାରସ୍ଥ ହେଲେ ବାପା ମା’

author img

By

Published : Dec 8, 2020, 6:23 AM IST

ପୁଅ ନିଖୋଜ ର ଆଠ ମାସ ପରେ ମଧ୍ୟ କୌଣସି ଖୋଜଖବର ନମିଳିବାରୁ ଏସପିଙ୍କ ନିକଟରେ ପହଞ୍ଚିଲେ ଅସହାୟ ପିତାମାତା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ଝାଙ୍କରପଡା ଗ୍ରାମରେ। ଅଧିକ ପଢ଼ନ୍ତୁ...

The parents went to the boudh SP to find their missing son
ନିରୁଦ୍ଦିଷ୍ଟ ପୁଅକୁ ଖୋଜିବା ପାଇଁ ବୌଦ୍ଧ ଏସପିଙ୍କ ଦ୍ବାରସ୍ଥ ହେଲେ ବାପା ମାଆ

ବୌଦ୍ଧ: ପୁଅ ନିଖୋଜର ଆଠ ମାସ ପରେ ମଧ୍ୟ କୌଣସି ଖୋଜଖବର ନମିଳିବାରୁ ଏସପିଙ୍କ ନିକଟରେ ପହଞ୍ଚିଲେ ଅସହାୟ ପିତାମାତା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ଝାଙ୍କରପଡା ଗ୍ରାମରେ। ଗ୍ରାମର ଜନୈକ ଗରିବ ତଥା ଆଦିବାସୀ ପରିବାରର ନାବାଳକ ପୁଅ ସହିତ ପଡୋଶୀ ସୋନପୁର ଜିଲ୍ଲା ଖମ୍ବେଶ୍ବରୀ ପାଲିର ଜଣେ ଯୁବକ ବନ୍ଧୁତା ସ୍ଥାପନ କରିଥିଲା । କିଛି ଦିନ ପରେ ଘରେ କେହି ନଥିବା ସୁଯୋଗରେ ଉକ୍ତ ନାବାଳକକୁ ବିଭିନ୍ନ ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଯୁବକ ନିଜ ସହିତ କୁଆଡେ ନେଇଯାଇଥିବା ଅଭିଯୋଗ ହୋଇଛି।

ନିରୁଦ୍ଦିଷ୍ଟ ପୁଅକୁ ଖୋଜିବା ପାଇଁ ବୌଦ୍ଧ ଏସପିଙ୍କ ଦ୍ବାରସ୍ଥ ହେଲେ ବାପା ମାଆ

ତେବେ ପାଠ ପଢ଼ିନଥିବା ପିତାମାତା ଦୀର୍ଘ ଦିନ ଧରି ଏଣେତେଣେ ଖୋଜାଖୋଜି ପରେ ତାଙ୍କ ପୁଅ ତାମିଲନାଡୁ ରେ ଥିବା ଜାଣିବାକୁ ପାଇଥିଲେ । ତେବେ ଯୋଗାଯୋଗ ରେ ଥିବା ନାବାଳକ ପୁଅର ଗତ କିଛି ଦିନ ହେଲା କୌଣସି ପତ୍ତା ମିଳୁନାହିଁ କିମ୍ବା ଫୋନ ଯୋଗେ ଯୋଗାଯୋଗ ହୋଇ ପାରୁନାହିଁ । ଫଳରେ ବର୍ତ୍ତମାନ ଉଭୟ ପିତାମାତା ବିଭିନ୍ନ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏ ସମ୍ପର୍କରେ ପିତାମାତା ମନମୁଣ୍ଡା ଥାନା କୁ ଯାଇଥିଲେ ମଧ୍ୟ କିଛି ଲାଭ ହୋଇନଥିଲା। ଫଳରେ ବାଧ୍ୟ ହୋଇ ନାବାଳକର ବାପା ମାଆ ବୌଦ୍ଧ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.