ETV Bharat / state

ଧୋଇଯାଇଛି ସେତୁ, ଗୁହାରି କରି ହତାଶ ଗ୍ରାମବାସୀ

author img

By

Published : May 29, 2021, 11:03 PM IST

ଦୁଇଟି ପଞ୍ଚାୟତର 10ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କ ସଂଯୋଗକାରୀ ରାସ୍ତାରେ ଏକ ଛୋଟ ସେତୁ ଦୀର୍ଘ ଚାରି ବର୍ଷ ହେଲା ଧୋଇଯାଇଥିବାବେଳେ ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଧୋଇଯାଇଛି ସେତୁ, ଗୁହାରି କରି ହତାସ ଗ୍ରାମବାସୀ
ଧୋଇଯାଇଛି ସେତୁ, ଗୁହାରି କରି ହତାସ ଗ୍ରାମବାସୀ

ବୌଦ୍ଧ: ରାସ୍ତା ଅଛି, ହେଲେ ସଂଯୋଗ ନାହିଁ । ରାସ୍ତାରେ ଥିବା ଏକ ଛୋଟ ସେତୁ ଦୀର୍ଘ ଚାରି ବର୍ଷ ତଳେ ଧୋଇଯାଇଥିବା ଯୋଗୁଁ ଉକ୍ତ ରାସ୍ତା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ସୂଚନାମୁତାବକ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ବଡ ଖଲିଗାଁ ଠାରୁ ମୁଣ୍ଡାପଡାକୁ ଥିବା ରାସ୍ତା ଗତ ତିତିଲି ବାତ୍ୟା ସମୟରେ ଧୋଇଯାଇଥିଲା । ଉକ୍ତ ରାସ୍ତା ଉପରେ ଦୁଇଟି ପଞ୍ଚାୟତର 10ରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭରଶୀଳ ଥିବା ବେଳେ ଏ ସମ୍ପର୍କରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଧୋଇଯାଇଛି ସେତୁ, ଗୁହାରି କରି ହତାସ ଗ୍ରାମବାସୀ

ରାସ୍ତା ସମସ୍ୟା ଯୋଗୁଁ ବଡ ଖଲିଗାଁ ପଟର ଅଧିବାସୀ ମୁଣ୍ଡାପଡାକୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରାୟ 15 କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିବା କହିଛନ୍ତି । ସେପଟେ ରାସ୍ତା ବ୍ୟବହାର ଉପଯୋଗୀ ନଥିବା ସ୍ଥଳେ ଉକ୍ତ ରାସ୍ତାର ଉନ୍ନତିକରଣ ନାଁରେ 5 ଲକ୍ଷ ଟଙ୍କାର ଏନଆରଇଜିଏସ କାର୍ଯ୍ୟ କାହା ସ୍ବାର୍ଥରେ ହେଉଛି ସେନେଇ ଉଠିଛି ପ୍ରଶ୍ନବାଚୀ । ସେହିଭଳି ଭାବରେ କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସୌରୀବେଙ୍ଗସ ଗ୍ରାମକୁ ଦୀର୍ଘ ବର୍ଷ ହେଲା ଏକ ସଂଯୋଗକାରୀ ରାସ୍ତା ପାଇଁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଫଳରେ ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁଁ ସୌରୀବେଙ୍ଗସ ଗ୍ରାମ ଏକପ୍ରକାର ଅପହଞ୍ଚ ଗ୍ରାମ ହୋଇପଡିଛି ।ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.