ETV Bharat / state

ଷ୍ଟ୍ରିଟ ଲାଇଟ ନଥିବାରୁ ସଡକ ଦୁର୍ଘଟଣାରେ ଜଣେ ମୃତ

author img

By

Published : Oct 9, 2019, 3:52 AM IST

ଆନନ୍ଦର ପର୍ବ ବିଜୟା ଦଶମୀ ପାଲଟିଲା ଶୋକର ଦିନ । ମଙ୍ଗଳବାର ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 6 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଆନନ୍ଦର ପର୍ବ ବିଜୟା ଦଶମୀ ପାଲଟିଲା ଶୋକର ଦିନ । ମଙ୍ଗଳବାର ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 6 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ବୌଦ୍ଧ ର ଜଣେ ଯୁବକ ଆଲୋକ ଅଭାବରୁ ଆସୁଥିବା ବେଳେ ରାସ୍ତା ଉପରେ ଠିଆହୋଇ ଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଦୁର୍ଗାପୂଜା ଚାଲିଥିଲେ ମଧ୍ୟ ରାସ୍ତାରେ ଷ୍ଟ୍ରିଟଲାଇଟ ଗୁଡିକ ବନ୍ଦ ଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଜଣେ ମେଳାପୀ ଯୁବକ ଥିବାରୁ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ଏପଟେ ଡାକ୍ତରଖାନା ଶବଗୃହରେ ଏସି ଚାଲୁ ନଥିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବିଜୟା ଦଶମୀ ଅବସରରେ କେବଳ ବୌଦ୍ଧ ଡାକ୍ତରଖାନାରେ 6 ରୁ ଊର୍ଦ୍ଧ୍ବ ଲୋକେ ସଡକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆନନ୍ଦ ର ପର୍ବ ବିଜୟା ଦଶମୀ ପାଲଟିଲା ଶୋକର ଦିନ ।ଆଜି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣା ରେ ଛ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।କିନ୍ତୁ ବୌଦ୍ଧ ର ଜଣେ ଉଦୀୟମାନ ଯୁବକ ଆଲୋକ ଅଭାବରୁ ରାସ୍ତା ଉପରେ ଠିଆହୋଇ ଥିବା ଏକ ଟ୍ରକରେ ପଛରୁ ଧକ୍କା ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ମୁତାବକ ବୌଦ୍ଧ ବାବୁସାହି ନିବାସୀ ସଚ୍ଚି ଶତପଥୀ (୩୯) ଙ୍କ ମଙ୍ଗଳବାର ରାତି ପ୍ରାୟ ସାଢେ ନଟା ସମୟରେ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଛି ।ସେ ବ୍ରିଜ ଛକ ପଟରୁ ଘରକୁ ରାତିରେ ନିଜ ବାଇକରେ ଫେରୁଥିବା ବେଳେ ଅନ୍ଧାରରେ ରାସ୍ତା ଉପରେ ଠିଆ ହୋଇ ଥିବା ଏକ ଟ୍ରକ ପଛରେ ଧକ୍କା ହୋଇ ମୃତ ହୋଇଥିଲେ ।ପ୍ରକାଶ ଥାଉକି ଦୁର୍ଗା ପୂଜା ଚାଲିଥିଲେ ମଧ୍ୟ ରାସ୍ତାରେ ଷ୍ଟ୍ରିଟଲାଇଟ ଗୁଡିକ ବନ୍ଦ ଥିବା ଅଭିଯୋଗ ହୋଇଛି ।ସ୍ବର୍ଗତ ସଚ୍ଚି ଜଣେ ମେଳାପୀ ଯୁବକ ଥିବାରୁ ବୌଦ୍ଧ ରେ ଶୋକର ଛାୟା ଖେଳିଯାଇଛି।ଏପଟେ ଡାକ୍ତରଖାନା ଶବଗୃହରେ ଏସି ଚାଲୁ ନଥିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଆଜି ବିଜୟା ଦଶମୀ ଅବସରରେ କେବଳ ବୌଦ୍ଧ ଡାକ୍ତରଖାନାରେ ଛରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ରେ ଆହତ ବ୍ୟକ୍ତି ଚିକିତ୍ସିତ ହେଉଥିବା ଜଣାପଡିଛି ।


Body:ବିଜୟା ଦଶମୀ ପାଲଟିଲା ଦୁଃଖ ର ଦିନ ।


Conclusion:ବାଇଟ-୧-ବିଶିକେଶନ ପ୍ରଧାନ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.