ETV Bharat / state

ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ

author img

By

Published : Dec 21, 2020, 6:22 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପିସିସିର ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ ଓ ଧାରଣା । ଅଧିକ ପଢନ୍ତୁ...

ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ
ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ

ବୌଦ୍ଧ: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଆଜି (ସୋମବାର) ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଇଛି । ଆଜି ପିସିସିର ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ

ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆବାହକତ୍ବରେ ଜିଲ୍ଲାର କୋଣ ଅନୁକୋଣରୁ କଂଗ୍ରେସର ନେତା ଓ କର୍ମୀ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ବିଶେଷ ଭାବରେ ସାମ୍ପ୍ରତିକ ସମୟରେ ରାଜ୍ୟରେ ହତ୍ୟା, ଲୁଣ୍ଠନ, ଚୋରି, ଡକାୟତି, ଦୁଷ୍କର୍ମ ଭଳି ଅପରାଧିକ ମାମଲା ବୃଦ୍ଧି ପାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ
ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ

ଆଜିର ଏହି ଧାରଣାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ ହମିଦ ହୁସେନ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିବା ସହ କେନ୍ଦ୍ରର କୃଷକ ବିରୋଧୀ ମନୋଭାବର ନିନ୍ଦା କରିଥିଲେ ।

ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ
ଅପରାଧିକ ମାମଲା ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ପ୍ରତିବାଦ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.