ETV Bharat / state

ତତଲା କଡେଇରେ ଭାଜି ହେଉଛି ବୌଦ୍ଧ, ଗରମ ଗୁଳୁଗୁଳିରେ ହାଲ ବେହାଲ

author img

By

Published : Apr 18, 2023, 9:34 PM IST

ତତଲା କଡେଇରେ ଭାଜି ହେଉଛି ସାରା ଜିଲ୍ଲା । ଜିଲ୍ଲାର ତାପମାତ୍ରା 43 ଡିଗ୍ରୀ ଉପରେ ରହିବା ସହିତ ରାଜ୍ୟର ଉତ୍ତପ୍ତ ଜିଲ୍ଲାରେ ପରିଗଣିତ ହୋଇଛି । ତେବେ ଏଭଳି ସମୟରେ ପାନୀୟଜଳ ର ଉତ୍କଟ ସମସ୍ୟା ବେଶ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ

heat wave in boudh
heat wave in boudh

heat wave in boudh

ବୌଦ୍ଧ: ଡହ ଡହ ଖରାରେ ଶିଝୁଛି ସାରା ଜିଲ୍ଲା । ମହାନଦୀ କୂଳରେ ଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତତଲା କଡେଇରେ ଭାଜି ହେଉଛି । ଦିନ 10ଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି । ତେବେ ଏଭଳି ସମୟରେ ନଦୀନାଳରେ ଜଳ ପ୍ରବାହ ଶୁଖି ଯାଇଥିବା ବେଳେ ପାନୀୟଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପଦକ୍ଷେପ ଗ୍ରହଣ ସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଜଳ କଷ୍ଟ ଲୋକଙ୍କ ଦୁଃଖ କୁ ବେଶ ବଢାଇ ଦେଇଛି ।

ମୁଣ୍ଡ ଫଟା ଖରା ସାଙ୍ଗକୁ ପାନୀୟଜଳର ସଙ୍କଟ ବର୍ତ୍ତମାନ ଜିଲ୍ଲାରେ ଚିନ୍ତା ବଢାଇଲାଣି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ପାରଦ 43 ଡିଗ୍ରୀ ଉପରେ ରହି ସାରା ରାଜ୍ୟରେ ବୌଦ୍ଧ ଅତ୍ୟନ୍ତ ଉତ୍ତପ୍ତ ଅଞ୍ଚଳ ହୋଇଛି । ଦିନ 10ଟା ବେଳକୁ ରାସ୍ତା ଘାଟ ଖାଲି ହୋଇ ଯାଉଛି । ଅତି ଜରୁରୀ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ସାଲୁଙ୍କୀ, ବାଘନଦୀ ରେ ଜଳପ୍ରବାହ କମିଯାଇଛି । ମହାନଦୀ ଅନେକ ସ୍ଥାନରେ ବାଲିଚର ଯୋଗୁଁ ପାନୀୟଜଳ ର ଉତ୍କଟ ସମସ୍ୟା ଦେଖାଦେଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପାନୀୟଜଳ ବ୍ୟବସ୍ଥା ସହିତ ଜଳଛତ୍ର ଓ ଅଂଶୁଘାତ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ଘୋର ସଙ୍କଟ ଦେଖାଦେଇଛି । 3ଟି ବ୍ଲକ ଅର୍ଥାତ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଜହ୍ନାପଙ୍ଗ ଗ୍ରାମର ପାନୀୟଜଳ ସମସ୍ୟା । ଜହ୍ନାପଙ୍ଗ ନିକଟରେ ମହାନଦୀ ରୁ ବ୍ଲକର ସମସ୍ତ ଅଞ୍ଚଳ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଜହ୍ନାପଙ୍ଗ ଗ୍ରାମବାସୀ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ନଳକୂପରୁ ପାଣି ଗରା ବାଲଟିରେ ଜାତୀୟ ରାଜପଥରେ ବୋହି ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଅବସ୍ଥିତ ତିରଡ ଗ୍ରାମବାସୀ ପାନୀୟଜଳ ପାଇଁ ବର୍ତ୍ତମାନ ଚୂଆ ଉପରେ ନିର୍ଭର କରିବାକୁ ପଡୁଛି । ତୃତୀୟ ରେ କଣ୍ଟାମାଳ ବ୍ଲକ ସଦର ମହକୁମା ର ଉଦୟପୁର ଗ୍ରାମରେ ପାନୀୟଜଳ ସଙ୍କଟ ଦୀର୍ଘ ଦିନ ହେଲା ଲାଗି ରହିଛି । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଗ୍ରୀଷ୍ମପ୍ରବାହ ଜିଲ୍ଲା ବାସୀ ଙ୍କୁ ଅସ୍ତବ୍ୟସ୍ତ କରିପକାଇ ଥିବା ବେଳେ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ କଲେଜ ସକାଳୁଆ ଖୋଲା ଯାଇଛି । ତେବେ ଜିଲ୍ଲାର ଅନେକ ବିଦ୍ୟାଳୟରେ ବିଶେଷ ଭାବରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବିଦ୍ୟୁତ ଓ ପାନୀୟଜଳ ର ସୁବ୍ୟବସ୍ଥା ନଥିବାରୁ କୁନି କୁନି ଛାତ୍ରଛାତ୍ରୀ ଗରମ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଥିବା ଦେଖାଯାଇଛି ।ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।ଏହାଛଡା ବିଭିନ୍ନ ପଞ୍ଚାୟତ ରେ ଓ ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ଗୁଡିକରେ ପାନୀୟଜଳ ର ଉତ୍କଟ ଅଭାବ ରହିଥିବାରୁ ଏନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.