ETV Bharat / state

ଗମନାଗମନ ଅସୁବିଧା: ବୌଦ୍ଧର ଶତାଧିକ ଗାଁଁରେ ସରକାରୀ ଯୋଜନା ଅପହଞ୍ଚ

author img

By

Published : Apr 5, 2021, 10:48 AM IST

ବୌଦ୍ଧ ଉପାନ୍ତ ଅଞ୍ଚଳରେ ଗମନାଗମନର ଅସୁବିଧା । ପହଞ୍ଚି ପାରୁନାହିଁ ସରକାରୀ ଯୋଜନା । ଏଭଳି ଜିଲ୍ଲାର ଶତାଧିକ ଗ୍ରାମର ହଜାର ହଜାର ପରିବାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ଆଜି ମଧ୍ୟ ବଞ୍ଚିତ । ଅଧିକ ପଢନ୍ତୁ...

people complaints road probles in many villages of boudh districts
ଗମନାଗମନ ଅସୁବିଧା: ବୌଦ୍ଧର ଶତାଧିକ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଗମନାଗମନର ଅସୁବିଧା ହେତୁ ବିକାଶ ବାଟ ହୁଡିଛି । ଜିଲ୍ଲାର ଶତାଧିକ ଗ୍ରାମର ହଜାର ହଜାର ପରିବାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ଆଜି ମଧ୍ୟ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ଗମନାଗମନ ଅସୁବିଧା: ବୌଦ୍ଧର ଶତାଧିକ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ

ଗମନାଗମନର ଅସୁବିଧା ଯୋଗୁଁ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶ। ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ପାରିନାହିଁ ।ଏଭଳି ଅପହଞ୍ଚ ଅଞ୍ଚଳରେ ଆଜି ମଧ୍ୟ ମଣିଷ ଅତ୍ୟନ୍ତ କଷ୍ଟକର ଜୀବନ କାଟୁଛନ୍ତି ।ଏଭଳି ଏକ ଗ୍ରାମ ହେଲା ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଦମଣ୍ଡା ଗ୍ରାମ । ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମକୁ ଏକ ପାହାଡିଆ ନାଳ ବର୍ଷ ତମାମ ବିଛିନ୍ନାଞ୍ଚଳ କରି ରଖିଥାଏ ।ଏହି ଗ୍ରାମକୁ ସଂଯୋଗ ପାଇଁ ଏକ ସବୁଦିନିଆ ରାସ୍ତା ଓ ଏକ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ଟିକରପଡା ପଞ୍ଚାୟତ ର ଦମଣ୍ଡା ଭଳି ଗୁରୁଜୀମୁଣ୍ଡା, ଲେଙ୍ଗଡପାଜୁ,ତୁତୁମସିଂ,ଜଗଦଲା,ଭୁର୍କିପଡା,ମଲ୍ଲିକପଡା ଭଳି ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଏସବୁ ଅଞ୍ଚଳରେ ସରକାରୀ ଯୋଜନା ପହଞ୍ଚିବାରେ ଅନେକ ଅସୁବିଧା ପରିଲକ୍ଷିତ ହେଉଛି ।ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.