ETV Bharat / state

ବୌଦ୍ଧରେ ଫୁଟିଲା ଗୁଳି, ଜଣେ ଆହତ

author img

By

Published : Mar 1, 2021, 6:36 AM IST

ବୌଦ୍ଧରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ମାମଲା । ଉପାନ୍ତ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିଚାଳନାରେ ଜଣେ ଆହତ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ବୌଦ୍ଧରେ ଗୁଳିମାଡ: ଜଣେ ଆହତ
ବୌଦ୍ଧରେ ଗୁଳିମାଡ: ଜଣେ ଆହତ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଫୁଟିଲା ଗୁଳି । ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ଏଥିରେ ବ୍ୟକ୍ତିଙ୍କ ଶରୀରରେ 5ଟି ଗୁଳି ବାଜିଛି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧରେ ଗୁଳିମାଡ: ଜଣେ ଆହତ
ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ଲୁଣ୍ଠନ ପରେ ବର୍ତ୍ତମାନ ପୁଣିଥରେ ଗୁଳିକାଣ୍ଡ ଭଳି ଅପରାଧିକ ମାମଲା ସାମ୍ନାକୁ ଆସିଛି । ଶନିବାର ରାତିରେ ପୁରୁଣାକଟକ ଥାନା ଅନ୍ତର୍ଗତ ବାହାଲି ଭଳି ଉପାନ୍ତ ଗ୍ରାମରେ ଗୁଳିମାଡରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ଦେହରେ ପାଞ୍ଚଟି ଗୁଳି ବାଜି ଥିବାବେଳେ ଗୁଳିମାଡର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସର ଘଟଣାର ତଦନ୍ତ କରି ଗୁଳିକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇ ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ଏସପି ଭି ରଘୁନାଥ ରାଓ ସୂଚନା ଦେଇଛନ୍ତି । ସେପଟେ ଆହତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.