ETV Bharat / state

Municipal Election: ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ, 74.87 ପ୍ରତିଶତ ଭୋଟିଂ

author img

By

Published : Mar 24, 2022, 9:05 PM IST

Updated : Mar 24, 2022, 10:55 PM IST

ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧଗଡ ଏନଏସିରେ ଆଜି ସକାଳ 8 ଟା ରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ଗୋଟିଏ ମାତ୍ର ବୁଥ ଖଲିଆବଗିଚା ବିଦ୍ୟାଳୟରେ ଥିବା 15 ନଂ ଓ୍ବାର୍ଡରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମତଦାନ ଚାଲୁ ରହିଥିଲା । ତେବେ ମତଦାନ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ଅଧିକ ପଢନ୍ତୁ

ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ସରିଲା ମତଦାନ ପ୍ରକ୍ରିୟା । ଶାନ୍ତି ଶୃଙ୍ଖଳାର ସହିତ ପୌରାଞ୍ଚଳର ସମୁଦାୟ 17 ଗୋଟି ଓ୍ବାର୍ଡରେ ମତଦାନ ସମାପ୍ତ ହୋଇଛି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧଗଡ ଏନଏସିରେ ଆଜି ସକାଳ 8 ଟା ରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ଗୋଟିଏ ମାତ୍ର ବୁଥ ଖଲିଆବଗିଚା ବିଦ୍ୟାଳୟରେ ଥିବା 15 ନଂ ଓ୍ବାର୍ଡରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମତଦାନ ଚାଲୁ ରହିଥିଲା ।

ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ

ତେବେ ମତଦାନ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । କେବଳ ବୁଟୁପାଲି ଓ ରାଜନପାଲି ବୁଥରେ କିଛିଟା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୋଟାମୋଟି ଅବାଧରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନୂତନ ଯୁବ ଭୋଟର ମାନେ ମତଦାନ କୁନେଇ ବେଶ ଉତ୍ସାହିତ ଥିବା ବେଳେ ବୌଦ୍ଧ ଏନଏସି ପ୍ରତିଷ୍ଠା ଦିନଠାରୁ ମତଦାନ କରି ଆସୁଥିବା ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ନିଜ ସ୍ମୃତିକୁ ବର୍ଣ୍ଣନା କରିଥିଲେ ।

ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ

ସେପଟେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ମତଦାନର ହାର ଶତକଡା 74.87 ପ୍ରତିଶତ ହୋଇଛି । ତେବେ ଭୋଟ ଗଣନା ପାଇଁ ଆଉ ଗୋଟିଏ ଦିନ ବାକି ଥିବାରୁ ଇଭିଏମ ମେସିନ ଗୁଡିକୁ ପଞ୍ଚାୟତ ମହାବିଦ୍ୟାଳୟରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ

ବୌଦ୍ଧ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କୁ ପରିଚାଳନା କରାଯାଇ ଥିବା ବେଳେ ସାଧାରଣ ଭୋଟର ମାନେ ମଧ୍ୟ ଆନନ୍ଦ ଉଲ୍ଲାସର ସହିତ ମତଦାନ କରିଥିଲେ ।

ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ
ବୌଦ୍ଧରେ ଶାନ୍ତି ଶୃଙ୍ଖାଳର ସହ ସରିଲା ମତଦାନ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 24, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.