ETV Bharat / state

ସୌନ୍ଦର୍ଯ୍ୟରେ ଭରପୁର ଲତାଝରଣ ଜଳପ୍ରପାତ

author img

By

Published : Dec 18, 2022, 5:07 PM IST

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଜିଲ୍ଲାର କୁମ୍ଭୀଦରହ ଠାରୁ ନେଇ ଖଣ୍ଡିକନପା ପର୍ଯ୍ୟନ୍ତ ଓ ମର୍ଜାକୁଦ ଠାରୁ ନେଇ ଶୀତଳପାଣିର ଦୁର୍ଲଭ ଶୋଭାରାଜି ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଥାଏ । ଅଧିକ ପଢ଼ନ୍ତୁ

ସୌନ୍ଦର୍ଯ୍ୟରେ ଭରପୁର ଲତାଝରଣ ଜଳପ୍ରପାତ
ସୌନ୍ଦର୍ଯ୍ୟରେ ଭରପୁର ଲତାଝରଣ ଜଳପ୍ରପାତ

ସୌନ୍ଦର୍ଯ୍ୟରେ ଭରପୁର ଲତାଝରଣ ଜଳପ୍ରପାତ

ବୌଦ୍ଧ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଜିଲ୍ଲାର କୁମ୍ଭୀଦରହଠାରୁ ନେଇ ଖଣ୍ଡିକନପା ପର୍ଯ୍ୟନ୍ତ ଓ ମର୍ଜାକୁଦଠାରୁ ନେଇ ଶୀତଳପାଣିର ଦୁର୍ଲଭ ଶୋଭାରାଜି ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ବେଶ ଆକୃଷ୍ଟ କରିଥାଏ । ତେବେ ଏହା ମଧ୍ୟରୁ ସଫାରୀ ନନ୍ଦନବନ ପ୍ରକଳ୍ପ ଅନ୍ୟତମ । ନନ୍ଦନବନ ପ୍ରକଳ୍ପରେ ଥିବା ଲତାଝରଣ ଜଳପ୍ରପାତ ଲୋକଙ୍କୁ ବେଶ ଆତ୍କୃଷ୍ଟ କରିଥାଏ । ପ୍ରାୟ ଦୁଇ ହଜାର ଫୁଟ ଉଚ୍ଚରୁ ଅଙ୍କାବଙ୍କା ହୋଇ ଝରୁଥିବା ମୁକ୍ତାପରି ଝରଣା ପର୍ଯ୍ୟଟକଙ୍କୁ ବେଶୀ ବିମୋହିତ କରିଥାଏ ।

ବିଶେଷତଃ ଏହି ଶୀତ ଋତୁରେ ଏଠାରେ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସେହିପରି ପିକନିକର ସୁବିଧା ଏଠି ଥିବାରୁ ପର୍ଯ୍ୟଟକ ବୁଲିବା ସହ ବଣଭୋଜିର ମଜା ମଧ୍ୟ ନେଇଥାନ୍ତି । ଲତାଝରଣରରୁ ଝରୁଥିବା ପାଣି ମିଠା ସହ ଥଣ୍ଡା ମଧ୍ୟ ଥାଏ । ତେବେ ଏହି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନତା ହେତୁ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନଟି ଦୃଷ୍ଟି ଆଢୁଆଳରେ ରହିଯାଇଛି ।

ସେହିପରି ଗମନାଗମନର ସମସ୍ୟା ସାଙ୍ଗକୁ ଏସବୁ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବାରୁ ମଧ୍ୟ ଏହାର ବିକାଶ ଠିକ୍‌ ଭାବରେ ହୋଇପାରୁ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଡାଙ୍ଗୀ ନିକଟରେ କେବଳ ଏକ ସୂଚନା ଫଳକ ଲଗାଯାଇ ଏହି ଜଳପ୍ରପାତ ସମ୍ପର୍କରେ ସୂଚନା ଦିଆଯାଇଛି ।

ଉକ୍ତ ଜଳପ୍ରପାତ ନିକଟକୁ ପହଞ୍ଚିବାକୁ ହେଲେ ତିନିରୁ ପାଞ୍ଚ କିଲୋମିଟର ପାହାଡିଆ ଘାଟି ଦେଇ ଚାଲିଚାଲି ଯିବାକୁ ପଡିଥାଏ । ତେବେ ଲତାଝରଣ ଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସମ୍ପର୍କରେ ଆମ 'ଇଟିଭି ଭାରତ'ର ପ୍ରତିନିଧିଙ୍କଠାରୁ ସୂଚନାପାଇ ଖୋଦ ସ୍ଥାନୀୟ ସରପଞ୍ଚ ପ୍ରଥମଥର ପାଇଁ ଏଭଳି ସ୍ଥାନକୁ ଯାଇଥିଲେ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.