ETV Bharat / state

ଗଞ୍ଜେଇ କଟା ସମୟରେ ଫୁଟିଲା ଗୁଳି, ଆତଙ୍କିତ ଅବକାରୀ ବିଭାଗ

author img

By

Published : Dec 24, 2021, 8:39 AM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଗଞ୍ଜେଇ କଟା ଅଭିଯାନ ସମୟରେ ଗଞ୍ଜେଇ ମାଫିଆଙ୍କ ଦ୍ବାରା ଫୁଟୁଛି ଗୁଳି । ଆତଙ୍କିତ ଅବସ୍ଥାରେ ଅବକାରୀ ଓ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

ଗଞ୍ଜେଇ କଟା ସମୟରେ ଫୁଟିଲା ଗୁଳି, ଆତଙ୍କିତ ଅବକାରୀ ବିଭାଗ
ଗଞ୍ଜେଇ କଟା ସମୟରେ ଫୁଟିଲା ଗୁଳି, ଆତଙ୍କିତ ଅବକାରୀ ବିଭାଗ

ବୌଦ୍ଧ: ଗଞ୍ଜେଇ କଟା ଅଭିଯାନ ସମୟରେ ଫୁଟିଲା ଗୁଳି (Firing in Boudh)।ଆତଙ୍କିତ ଅବସ୍ଥାରେ ଜିଲ୍ଲାର ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ । ଥରେ ନୁହଁକି ୨ଥର ନୁହଁ ଏପରି ଲଗାତାର ଭାବେ ପୋଲିସ ଉପରେ ୪ ଥର ଗୁଳିବର୍ଷଣ ହୋଇଛି । ହେଲେ ଏନେଇ ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ଚୁପ ବସିଛି ।

ଗଞ୍ଜେଇ କଟା ସମୟରେ ଫୁଟିଲା ଗୁଳି, ଆତଙ୍କିତ ଅବକାରୀ ବିଭାଗ

ତେବେ ଜିଲ୍ଲାରେ ଗତ ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀନ କ୍ଳିନ ଅଭିଯାନରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ଶହ ଶହ ଏକର ଜଙ୍ଗଲ ଜମିରୁ ବ୍ୟାପକ ଗଞ୍ଜେଇ ନଷ୍ଟ କରୁଛନ୍ତି । କିନ୍ତୁ ଗତ ସପ୍ତାହକ ମଧ୍ୟରେ ବୌଦ୍ଧ ଜିଲ୍ଲା ପୋଲିସ ଉପରେ ଲଗାତାର ଚାରି ଚାରିଥର ଗୁଳିକରି ଆକ୍ରମଣ ହୋଇଥିବା ସୂଚନା ମିଳିଛି । କେବଳ ମାତାକୁପା ଘାଟି ଅଞ୍ଚଳରେ ପୋଲିସ ଉପରେ ଗୁଳି ବର୍ଷଣ ହୋଇଛି । ଗତ ବୁଧବାର ବୌଦ୍ଧ ଜିଲ୍ଲା ବବଡା ଅଞ୍ଚଳରେ ଗଞ୍ଜେଇ କଟା ସମୟରେ ମଧ୍ୟ ଅବକାରୀ ଟିମ ଉପରେ ଆକ୍ରମଣ ହୋଇଥିବା ବେଳେ ଏନେଇ ଅବକାରୀ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.