ETV Bharat / state

ବିଭିନ୍ନ ଶସ୍ୟରେ ଶୋଭା ପାଇଲେ ଇକୋ ଫ୍ରେଣ୍ଡଲି ଗଣେଶ

author img

By

Published : Sep 10, 2021, 1:03 PM IST

ବୌଦ୍ଧରେ ନିଆରା ଗଣେଶ ପ୍ରତିମୂର୍ତ୍ତି ସ୍ଥାପନ । ବିଭିନ୍ନ ଶସ୍ୟରେ ତିଆରି ହୋଇଛି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି । ଅଧିକ ପଢନ୍ତୁ...

ମନ ମୋହୁଛି ବିଭିନ୍ନ ଶସ୍ୟରେ ତିଆରି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ବୌଦ୍ଧ: ଛାତ୍ରଛାତ୍ରୀଙ୍କ ସହ ମିଶି ଅଧ୍ୟାପକ ବିଭିନ୍ନ ଶସ୍ୟରେ ତିଆରି କଲେ ଗଣେଶଙ୍କ ପ୍ରତିମୂର୍ତ୍ତି । ଏହି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଆଜି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଅଗ୍ରପୂଜ୍ୟ ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଗଣପତିଙ୍କ ପ୍ରାଚୀନ ପୀଠରେ ଅନୁଷ୍ଠିତ ହେଉଛି ଗଣେଶ ଚତୁର୍ଥୀ ଉତ୍ସବ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ମିଶି ଜଣେ ଅଧ୍ୟାପକ ଶସ୍ୟରେ ପ୍ରସ୍ତୁତ କରିଛନ୍ତି ଇକୋ ଫ୍ରେଣ୍ଡଲି ଗଣେଶଙ୍କ ପ୍ରତିମୂର୍ତ୍ତି । ବୌଦ୍ଧ ଠାରେ ପ୍ରସ୍ତୁତ ଏହି ନିଆରା ଗଣେଶଙ୍କ ପ୍ରତିମୂର୍ତ୍ତି ପାଇଁ ମାଟି ସହିତ ଧାନ, ଗହମ, ଚାଉଳ, ରାଶି ବିଭିନ୍ନ ପ୍ରକାରର ଡାଲିର ବ୍ୟବହାର କରାଯାଇଛି ।

ବୌଦ୍ଧରେ କେଉଁ ଆବାହମାନ କାଳରୁ ଗଣପତି ଉପାସନାର ପ୍ରଚଳନ ରହିଛି । ବର୍ତ୍ତମାନ ମଧ୍ୟ ବୌଦ୍ଧର ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ, ବାଉଁଶୁଣୀର ବକ୍ର ଭୁବନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓ ଗନ୍ଧରାଡି ମନ୍ଦିର ପ୍ରାଙ୍ଗଣରେ ଗଜାନନଙ୍କ ପ୍ରାଚୀନ ପ୍ରତିମା ଶ୍ରଦ୍ଧାଳୁଙ୍କ ଦ୍ବାରା ପୂଜିତ ହେଉଛି । ତେବେ ଆଜି(ଶୁକ୍ରବାର) ବୌଦ୍ଧ ଠାରେ ଶସ୍ୟରୁ ପ୍ରସ୍ତୁତ ଇକୋ ଫ୍ରେଣ୍ଡଲି ଗଣେଶଙ୍କ ପ୍ରତିମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.