ETV Bharat / state

ପାନୀୟଜଳ ମୁନ୍ଦାଏ ପାଇଁ ଡହକବିକଳ ବରଝୁଲି ଗ୍ରାମବାସୀ

author img

By

Published : May 21, 2020, 11:03 AM IST

ପାନୀୟ ଜଳ ପାଇଁ ବର୍ଷ ବର୍ଷ ହେଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି ବରଝୁଲି ଗାଁର ଗ୍ରାମବାସୀ । ଗାଁ ଲୋକେ 8ରୁ 10 କିଲୋମିଟର ଦୂରରୁ ପାଣି ଆଣି ଚଳୁଛନ୍ତି । ଅଭିଯୋଗ କଲେ ଗାଁ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯିବାକୁ ବିଭାଗୀୟ ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...

ପାନୀୟଜଳ ମୁନ୍ଦାଏ ପାଇଁ ଡହକବିକଳ ବରଝୁଲି ଗ୍ରାମବାସୀ
ପାନୀୟଜଳ ମୁନ୍ଦାଏ ପାଇଁ ଡହକବିକଳ ବରଝୁଲି ଗ୍ରାମବାସୀ

ବୌଦ୍ଧ: ପାନୀୟ ଜଳ ମୁନ୍ଦାଏ ପାଇଁ ଯିବାକୁ ପଡୁଛି 7 କିଲୋମିଟରରୁ ଉର୍ଦ୍ଧ୍ବ ବାଟ । ପାଣି ପାଇଁ ଅଭିଯୋଗ କରିବାରୁ ଏବେ ଭିଟାମାଟି ଛାଡିବାକୁ କହିଲେଣି ବିଭାଗୀୟ ଅଧିକାରୀ । ଦିନ କିମ୍ବା ମାସ ନୁହେଁ, ବର୍ଷ ବର୍ଷ ହେଲା ପାନୀୟ ଜଳ ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ । ଏନେଇ ସବୁଠାରେ ଗୁହାରୀ କରିଥିଲେ ମଧ୍ୟ ସତେ ଯେମିତି ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଘଟଣା ହେଉଛି ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ବରଝୁଲି ଗ୍ରାମର ।

ପାନୀୟଜଳ ମୁନ୍ଦାଏ ପାଇଁ ଡହକବିକଳ ବରଝୁଲି ଗ୍ରାମବାସୀ

ପାନୀୟ ଜଳ ପାଇଁ ବର୍ଷ ବର୍ଷ ହେଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି ବରଝୁଲି ଗାଁର ଗ୍ରାମବାସୀ । ଗାଁରେ ରହିଛି ଅଠରଗୋଟି ନଳକୂପ, କିନ୍ତୁ ଏସବୁରୁ ଫ୍ଲୋରାଇଡ ପ୍ରବଳ ମାତ୍ରାରେ ବାହାରୁ ଥିବାରୁ ଏଗୁଡ଼ିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି । ଫଳରେ ଗାଁ ଲୋକେ 8ରୁ 10 କିଲୋମିଟର ଦୂରରୁ ପାଣି ଆଣି ଚଳୁଛନ୍ତି । ଗତ କିଛି ବର୍ଷ ପୂର୍ବରୁ ଟ୍ୟାଙ୍କର ଯୋଗେ ଗାଁକୁ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଗତ ଦୁଇ ବର୍ଷ ହେଲା ସେତକ ମଧ୍ୟ ମିଳୁନାହିଁ, ଓଲଟା ବିଭାଗୀୟ ଅଧିକାରୀ କହିଛନ୍ତି ଗାଁ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯିବାକୁ ।

ଏବେ ପାଣି ମୁନ୍ଦାଏ ପାଇଁ କଲବଲ ହେଉଥିବା ଏହି ବରଝୁଲି ଗାଁର କରୁଣ କାହାଣୀ ଏତିକିରେ ସରିନାହିଁ । ଗାଁର କିଛି ଲୋକଙ୍କ ହାଡ ବଙ୍କା ହୋଇସାରିଥିବା ବେଳେ ଅନେକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ସହାୟତା ଅପେକ୍ଷାରେ ରହିଛନ୍ତି । ଗାଁରେ ଡିପ୍‌ ବୋରଓ୍ବେଲ କିମ୍ବା ଅନ୍ୟସ୍ଥାନରୁ ଜଳଯୋଗାଣ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.