ETV Bharat / state

Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ

author img

By

Published : Mar 7, 2022, 6:46 PM IST

ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନରେ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ
Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ

ବୌଦ୍ଧ: ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିଲା । ଆଜି ଶେଷ ଦିନରେ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରବଳ ଉତ୍ସାହର ସହିତ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ଏକମାତ୍ର NACର ଅଧ୍ୟକ୍ଷ ପଦ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ

ଆଜି ସକାଳ 9ଟା ପର୍ଯ୍ୟନ୍ତ ଶାସକ ବିଜେଡି ତାଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନଥିଲା । ଶେଷ ମୂହୁର୍ତ୍ତରେ ବିଜେଡି ପକ୍ଷରୁ ମୃତ୍ୟୁଞ୍ଜୟ ମିଶ୍ରଙ୍କ ନାଁ ଘୋଷଣା କରାଯାଇ ତୁରନ୍ତ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଫଳରେ ବିଜେଡି ଦଳରୁ ଟିକଟ ପାଇଁ ଆଶାୟୀ ଅନ୍ୟ ସମସ୍ତ ପ୍ରାର୍ଥୀ ନିରାଶ ହୋଇଥିବା ସୂଚନା ମିଳିଛି । ସେପଟେ ଶାସକ ଦଳକୁ ଚେକମେଟ ଦେବାକୁ ଦଳ ଯୁବ ନେତୃତ୍ବ ଯୁଗଳ କିଶୋର ସାମଲଙ୍କ ଉପରେ ଆସ୍ଥା ପ୍ରକାଶ କରିଛି ।

Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ
Municipal Election: ବୌଦ୍ଧ NAC ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ

ସେପଟେ କଂଗ୍ରେସ ଦଳ ପକ୍ଷରୁ ଗଣେଶ ଅଗ୍ରୱାଲ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୌଦ୍ଧ ଜିଲ୍ଲାର ଏକମାତ୍ର NACର ଅଧ୍ୟକ୍ଷ ପଦ ତଥା ସତରଟି ଓ୍ବାର୍ଡ ମେମ୍ବର ପଦ ପାଇଁ ଆଜି ବୌଦ୍ଧର ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟରେ ଗତ ୨ ତାରିଖଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.