ETV Bharat / state

Municipal Election: ମର୍ଜାକୁଦରେ କଂଗ୍ରେସର ମାରାଥନ ପ୍ରଚାର

author img

By

Published : Mar 21, 2022, 7:39 AM IST

ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ।ବୌଦ୍ଧ ପୌରାଞ୍ଚଳ ଦଖଲ ପାଇଁ କଂଗ୍ରେସର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନ ଚଳାଇଛନ୍ତି । ଅଧିକ ପଢନ୍ତୁ

Municipal Election: ମର୍ଜାକୁଦରେ କଂଗ୍ରେସର ମାରାଥନ ପ୍ରଚାର
Municipal Election: ମର୍ଜାକୁଦରେ କଂଗ୍ରେସର ମାରାଥନ ପ୍ରଚାର

ବୌଦ୍ଧ: ପୌର ନିର୍ବାଚନ ପାଇଁ ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ । ବୌଦ୍ଧ ପୌରାଞ୍ଚଳରେ ମଧ୍ୟ ଧୀରେ ଧୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗଡ ଦଖଲ କରିବା ପାଇଁ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି। ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ପ୍ରାର୍ଥୀମାନେ ଲୋକଙ୍କ ଘରକୁ ଘର ଯାଉଛନ୍ତି ।

Municipal Election: ମର୍ଜାକୁଦରେ କଂଗ୍ରେସର ମାରାଥନ ପ୍ରଚାର

ପୌର ନିର୍ବାଚନ ପାଇଁ ଜିଲ୍ଲାର ଏକମାତ୍ର NACରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଯୋରଦାର କରାଯାଇଛି । ବୌଦ୍ଧ ପୌରାଞ୍ଚଳ ଦଖଲ ପାଇଁ ଶାସକ ବିଜେଡି ସହିତ ଉଭୟ ବିଜେପି ଓ କଂଗ୍ରେସର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନ ଚଳାଇଛନ୍ତି । ରବିବାର କଂଗ୍ରେସର ଜିଲ୍ଲା ସଭାପତି ନବ କୁମାର ମିଶ୍ର ଓ ପୌର ଅଧ୍ୟକ୍ଷ ପ୍ରାର୍ଥୀ ଗଣେଶ ଅଗ୍ରୱାଲଙ୍କ ସହିତ କଂଗ୍ରେସର ବହୁ ନେତା ଓ କର୍ମୀ ଦ୍ବୀପଗ୍ରାମ ମର୍ଜାକୁଦରେ ପହଞ୍ଚି ପ୍ରଚାର କରିଥିଲେ ।

ବିଶେଷ ଭାବରେ ମର୍ଜାକୁଦରେ ସରକାରଙ୍କ ବିକାଶ ଠିକରେ ପହଞ୍ଚି ପାରି ନଥିବା କଂଗ୍ରେସ ଅଭିଯୋଗ କରିଛି । ମର୍ଜାକୁଦରେ ବାସ କରୁଥିବା ବୁଣାକାରମାନଙ୍କ ସମସ୍ତ ପ୍ରକାର ସୁବିଧା ତଥା ସ୍ଥାନୀୟ ନିଯୁକ୍ତି କୁନେଇ କଂଗ୍ରେସ ବେଶ ଆଶାବାଦୀ ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.