ETV Bharat / state

ବୌଦ୍ଧ ଜିଲ୍ଲାର ଅପହଞ୍ଚ ଗାଁ ସଂଖ୍ୟାକୁ ନେଇ ବିରୋଧୀଙ୍କ ସମାଲୋଚନା

author img

By

Published : Mar 19, 2021, 8:29 AM IST

ବୌଦ୍ଧ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ଲାଗିରହିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ । ମନ୍ତ୍ରୀ ପ୍ରତାପ ଜେନା ବୌଦ୍ଧ ଜିଲ୍ଲାର 54 ଟି ଗ୍ରାମକୁ ସଂଯୋଗ ନଥିବା ବିଧାନସଭାରେ ବିବୃତ୍ତିକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

boudh road problem issue opposition raise question on ministry answer in assembly
ବୌଦ୍ଧ ଜିଲ୍ଲାର ଅପହଞ୍ଚ ଗାଁ ସଂଖ୍ୟାକୁ ନେଇ ବିରୋଧୀଙ୍କ ସମାଲୋଚନା

ବୌଦ୍ଧ: ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ଲାଗିରହିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାର ଅପହଞ୍ଚ ଇଲାକାରେ ମନ୍ତ୍ରୀ ଦେଇଥିବା ସଂଖ୍ୟାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ବୌଦ୍ଧ ଜିଲ୍ଲାର ଅପହଞ୍ଚ ଗାଁ ସଂଖ୍ୟାକୁ ନେଇ ବିରୋଧୀଙ୍କ ସମାଲୋଚନା

ଉପାନ୍ତ ଅଞ୍ଚଳରେ ବାଟବଣା ସରକାରୀ ଯୋଜନା । ଏନେଇ ଇଟିଭି ଭାରତରେ ବାରମ୍ବାର ଖବର ମଧ୍ୟ ପ୍ରକାଶ ପାଇଛି । ତେବେ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ସମସ୍ୟା ହେତୁ ସରକାରୀ ଯୋଜନା ଉକ୍ତ ଅପହଞ୍ଚ ଅଞ୍ଚଳରେ ପହଞ୍ଚି ପାରୁ ନାହିଁ । ଏଥି ସହିତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ଯୋଗୁଁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ପଞ୍ଚାୟତର ଦେଢ ଶହରୁ ଉର୍ଦ୍ଧ୍ବ ଗ୍ରାମକୁ ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା ନଥିବା ଜଣାପଡିଛି । ତେବେ ଏଭଳି ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ନାରାୟଣପ୍ରସାଦ । ନାରାୟଣପ୍ରସାଦ ପଞ୍ଚାୟତ ସାନଅସୁର ଠାରୁ ବଡଅସୁର ପର୍ଯ୍ୟନ୍ତ ରାସ୍ତାରେ ମାଟି ମୁଠାଏ ପକାନଯାଇ ସାତ ଲକ୍ଷ ଟଙ୍କାର ଏହି ଉନ୍ନୟନ କାର୍ଯ୍ୟ ସୂଚନା ଫଳକରେ ସୀମିତ ରହିଥିବା ଅଭିଯୋଗ ହୋଇଛି । ତେବେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ତେଣୁ ଏଭଳି ପରିସ୍ଥିତି ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଆସୁଛି ଏଭଳି ଅଭିଯୋଗ । ନାରାୟଣପ୍ରସାଦ ପଞ୍ଚାୟତ ଭଳି ବୌଦ୍ଧ ଜିଲ୍ଲାର ଲମ୍ବସରୀ, ବରଗାଁ,ଶଗଡା, ଗୁନ୍ଦୁଳିଆ, ଆମ୍ବଝରୀ, ଟିକରପଡା, କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ ଭଳି ପଞ୍ଚାୟତର ଶତାଧିକ ଗାଁ ସାଧାରଣ ଯୋଗାଯୋଗ ଠାରୁ ଢେର ଦୂରରେ ବୋଲି ବାରମ୍ବାର ଅଭିଯୋଗ ହୋଇଥାଏ ।

ତେବେ ଏଭଳି ସମୟରେ ମନ୍ତ୍ରୀ ପ୍ରତାପ ଜେନା ବୌଦ୍ଧ ଜିଲ୍ଲାର 54 ଟି ଗ୍ରାମକୁ ସଂଯୋଗ ନଥିବା ବିଧାନସଭାରେ ବିବୃତ୍ତିକୁ ବିରୋଧୀ ସମାଲୋଚନା କରିଛନ୍ତି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଏନେଇ ମନ୍ତ୍ରୀ ବୌଦ୍ଧ ଜିଲ୍ଲାବାସୀଙ୍କୁ କ୍ଷମା ପ୍ରାର୍ଥନା କରୁନ୍ତୁ ବୋଲି ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.