ETV Bharat / state

ପୌର ଫାଇଟ: ବୌଦ୍ଧ ଏନଏସିର ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଅସନ୍ତୁଷ୍ଟ ପ୍ରାର୍ଥୀ

author img

By

Published : Mar 8, 2022, 9:40 PM IST

ବୌଦ୍ଧ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ସହିତ ଅନ୍ୟ ସାତଜଣ ସ୍ବାଧୀନ ଏଭଳି ସମୁଦାୟ ଦଶ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀ କିଛି ବଡ ଧରଣର ଓଲଟ ପାଲଟ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ପୌର ଫାଇଟ: ବୌଦ୍ଧ ଏନଏସିର ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଅସନ୍ତୁଷ୍ଟ ପ୍ରାର୍ଥୀ
ପୌର ଫାଇଟ: ବୌଦ୍ଧ ଏନଏସିର ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଅସନ୍ତୁଷ୍ଟ ପ୍ରାର୍ଥୀ

ବୌଦ୍ଧ: ସରିଲା ପୌର ନିର୍ବାଚନର ନାମାଙ୍କନ ଦାଖଲ ପ୍ରକ୍ରିୟା । ତେବେ ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିର ଅଧ୍ୟକ୍ଷ ପଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ସହିତ ଅନ୍ୟ ସାତଜଣ ସ୍ବାଧୀନ ଏଭଳି ସମୁଦାୟ ଦଶ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୧୭ ଗୋଟି ଓ୍ବାର୍ଡ ପାଇଁ ସମୁଦାୟ ୫୨ ଜଣ ଓ୍ବାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ପୌର ଫାଇଟ: ବୌଦ୍ଧ ଏନଏସିର ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଅସନ୍ତୁଷ୍ଟ ପ୍ରାର୍ଥୀ

ତେବେ ମହାନଦୀ ଗର୍ଭରେ ଥିବା ମର୍ଜାକୁଦର ଦୁଇଟି ଓ୍ବାର୍ଡରେ କେବଳ ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ଚଳିତ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଓ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀ କିଛି ବଡ ଧରଣର ଓଲଟ ପାଲଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଶେଷ ଭାବରେ ବିଜେଡି ଦଳରେ ପାଞ୍ଚରୁ ଊର୍ଦ୍ଧ୍ବ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବାବେଳେ ଉପେକ୍ଷିତ ହୋଇଥିବା ଆଶାୟୀ ମାନେ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ଉଭୟ ବିଜେପି ଓ କଂଗ୍ରେସ ଅପେକ୍ଷାକୃତ ସୁବିଧା ଜନକ ସ୍ଥିତିରେ ଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.